Categories: ଜାତୀୟ

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆଉ ଏକ ଉଦ୍ୟମ

ନୂଆଦିଲ୍ଲୀ,୨୮।୨: ନିର୍ଭୟା ଗଣବାଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଏହାକୁ ଘୁଞ୍ଚାଇବାକୁ ଦୋଷୀଙ୍କ ପକ୍ଷରୁ ଆଉ ଏକ ଉଦ୍ୟମ କରାଯାଇଛି। ଶୁକ୍ରବାର ଏହି ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କରିଛନ୍ତି। ଏଥିରେ ସେ ଫାଶୀ ଦଣ୍ଡାଦେଶକୁ ଆଜୀବନ କରାଦଣ୍ଡରେ ବଦଳାଇ ଦେବାକୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ କୋର୍ଟଙ୍କ ଦ୍ୱାରା ନବନିଯୁକ୍ତ ଆଇନଜୀବି ରବି କାଜିଙ୍କ ସହ କଥା ହେବାକୁ ପବନ ମନାକରି ଦେଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ ୩ ଦୋଷୀ ଅକ୍ଷୟ, ବିନୟ ଓ ମୁକେଶଙ୍କର କ୍ୟୁରେଟିଭ ପିଟିଶନ ଓ ରାଜକ୍ଷମା ଆବେଦନ ଖାରଜ ହୋଇ ସାରିଛି। ଏବେ ପବନଙ୍କ କ୍ୟୁରେଟିଭ ପିଟିଶନ ପରେ ଏମାନଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇପାରେ ବୋଲି ଆଲୋଚନା ହେଉଛି।

Share