Categories: ଜାତୀୟ

ଦୋଷୀ ଫାଶୀ ଖୁଣ୍ଟରେ ଛୁଲିଲା ପରେ ଖୁସି ହେବି: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କ ପାଇଁ ଗୁରୁବାର ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ ପରିସରରେ ଫାଶୀ ଦିଆଯିବାକୁ ସ୍ଥିର କରିଛନ୍ତି କୋର୍ଟ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଖୁସି ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’ ଅଶା ଦେବୀ। ସେ କହିଛନ୍ତି ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ରହିଛି। ଏବେ ସମସ୍ତ ଦୋଷୀଙ୍କ ନ୍ୟାୟ ବ୍ୟବସ୍ଥା ସରି ଯାଇଥିବାରୁ ମାର୍ଚ୍ଚ ୨୦ରେ ଏମାନଙ୍କୁ ଫାଶୀ ଦିଆଯିବା ନିଶ୍ଚିତ ବୋଲି ସେ ଧରି ଦେଇଛନ୍ତି। ହେଲେ ଯେଉଁଦିନ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଛୁଲିବେ ସେଦିନ ତାଙ୍କ ଝିଅଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଚତୁର୍ଥଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବା ପରେ ସମାନ୍ୟ ବିଚଳିତ ଥିବା ପରିଲକ୍ଷିତ ହୋଇଛି। ସେ ଗଣମାଧ୍ୟମ ଉପରେ ତାଙ୍କ ରାଗ ସୁଝାଇବା ଭଳି ଅନେକ କିଛି କଥା କହୁଥିବା ଦେଖାଯାଇଛି।

Share