Categories: ଜାତୀୟ

ନିର୍ଭୟା ମାମଲାର ଦୋଷୀ ବିନୟଙ୍କୁ ଲାଗିଲା ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଦିର୍ଘ ୭ ବର୍ଷ ଅର୍ଥାତ୍‌ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ବିନୟ କାନ୍ଥରେ ମୁଣ୍ଡ ବାଡେଇ ଆହତ ହେବା ଓ ସେ ମାନସିକ ରୂପରେ ଅସୁସ୍ଥ ଦର୍ଶାଇ ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ଶନିବାର ପଟିଆଲା ହାଉସ୍‌ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାପରେ ନିର୍ଭୟାଙ୍କ ମା’ କହିଛନ୍ତି କେବଳ ଫାଶୀ ଦେବାର ତାରିଖକୁ ଘୁଞ୍ଚାଇବାକୁ ଦୋଷୀଙ୍କର ଏହା ସବୁ ନୂଆ ନୂଆ ଚାଲ୍‌। ସୂଚନାଯୋଗ୍ୟ, ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।

Share