Categories: ଜାତୀୟ

ନିର୍ଭୟା ମାମଲାର ଦୋଷୀଙ୍କୁ ଏକାଥରେ ଦିଆଯାଇପାରେ ଫାଶୀ: ଚାଲିଛି ଟ୍ରାଏଲ

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ସାତ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଯୋର ଧରିଛି। ଏମାନଙ୍କୁ ଖୁବ୍‌ଶୀଘ୍ର ଫାଶୀ ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ମାମଲାର ୪ ଦୋଷୀ ଏବେ ତିହାର ଜେଲରେ ଥିବା ବେଳେ ଏମାନଙ୍କୁ ଏକାଥରେ ଫାଶୀ ଦେବାକୁ ଜେଲ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ଯଦି ଏମିତି ହେଲା ତେବେ ଏକାଥରେ ଫାଶୀ ଦିଆଯିବା ଏହା ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି। ଏଥିପାଇଁ ନୂଆ ଟେକ୍‌ନିକ୍‌ର ପରୀକ୍ଷା କରାଯାଉଛି ବୋଲି କୁହାଯାଉଛି। ଫାଶୀରେ କିଛି ପରିବର୍ତ୍ତନ କରାଯିବା ସହ ଏକକାଳୀନ ଏହା ୪ଜଣଙ୍କ ଓଜନ ୩ ଘଣ୍ଟା ପର୍ଯ୍ୟନ୍ତ ସମ୍ଭାଳି ପାରିବ କି ନା ତାହା ମଧ୍ୟ ପରୀକ୍ଷା କରାଯାଉଛି। ଏଥିପାଇଁ ଏପର୍ଯ୍ୟନ୍ତ ୨ ଥର ପରୀକ୍ଷା କରାଯାଇ ସାରିଲାଣି। ତେବେ ଏମାନଙ୍କ ମଧ୍ୟରୁ ଯଦି କାହାର ସ୍ବାସ୍ଥ୍ୟ ଖରାପ ହେଲା ବା ଅନ୍ୟ କୌଣସି ସମସ୍ୟା ଦେଖାଦେଲା ତେବେ ଫାଶୀର ତାରିଖ ମଧ୍ୟ ବଦଳାଯାଇପାରେ।

Share