ନିର୍ଭୟା ମାମଲାକୁ ନେଇ ଗମ୍ଭୀରଙ୍କ ଟୁଇଟ

ନୂଆଦିଲ୍ଲୀ,୭।୧: ନିର୍ଭୟା ଗଣହତ୍ୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ ସକାଳ ୭ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡେଥ୍‌ ଓ୍ବାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମା’ ଓ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଶୁଣାଣି ପରେ ଦୁହେଁ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ଝିଅକୁ ଉଚିତ୍‌ ନ୍ୟାୟ ମିଳିଛି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି। ଏହାପରେ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ଏଭଳି ଅପରାଧ କରିବାକୁ ଲୋକମାନେ ଭୟ କରିବେ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଏହାରି ଭିତରେ ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏନେଇ ପ୍ରଥମେ ଟୁଇଟ କରିଛନ୍ତି। ସେ କହିଛନ୍ତି, ‘ଶେଷରେ ଭାରତର ଝିଅକୁ ନ୍ୟାୟ ମିଳିଛି’।

Share