Categories: ଜାତୀୟ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଆଜି ତିହାର ଜେଲ ପହଞ୍ଚିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୩୦।୧: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି। ଫେବୃୟାରୀ ୧ ସକାଳ ୬ଟାରେ ଉକ୍ତ ମାମଲାର ୪ ଦାଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଏବେ ବଢି ଚାଲିଛି କଳ୍ପନାଜଳ୍ପନା। ତେବେ ସମୟ ପାଖେଇ ଆସୁଥିବାରୁ ଗୁରୁବାର ଦୋଷୀଙ୍କୁ ଫାଶୀ ଦେବା ଲାଗି ଜହ୍ଲାଦ ପବନ ଗୁରୁବାର ତିହାର ଜେଲ ପହଞ୍ଚିବେ ବୋଲି ଜଣାପଡିଛି। ଏପଟେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ କ୍ଷମା ଆବେଦନ କରି ଚାଲିଛନ୍ତି। ନିକଟରେ ଦୋଷୀ ମୁକେଶ କୁମାର ସିଂଙ୍କ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ଏବେ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କର କ୍ଷମା ଆବେଦନ କରିଛନ୍ତି। ଏହାକୁ ଦେଖିବା ପରେ ପୁଣିଥରେ ଅନୁମାନ କରାଯାଉଛି କି ୧ ଫେବୃୟାରୀକୁ ଦିଆଯିବାକୁ ଥିବା ଫାଶୀ ହୁଏତ ଘୁଞ୍ଚିଯାଇପାରେ। ଯଦିବି ଏହା ଘୁଞ୍ଚିଯାଏ ତେବେ ତିହାର ଜେଲ ପହଞ୍ଚିଥିବା ଜହ୍ଲାଦ ପବନ ସେଠାରେ ରହି ଫାଶୀର ଡମି ପ୍ରାକ୍ଟିସ କରିବେ ବୋଲି ଜଣାପଡିଛି।

Share