Categories: ଜାତୀୟ

ନିର୍ଭୟା ଗଣ ବଳାତ୍କାର: ରାଜକ୍ଷମା ଆବେଦନ ପାଇଁ ଦୋଷୀଙ୍କୁ ୭ ଦିନ ସମୟ; ଏହା ପରେ ଜାରି ହେବ କଳା ପରଓ୍ବାନା

ନୂଆଦିଲ୍ଲୀ,୩୧।୧୦: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦୋଷୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବେ। ଏହି ନୋଟିସ୍‌ର ସମୟ ସୀମା ନଭେମ୍ବର ୪ରେ ଶେଷ ହୋଇଯିବ। ଆବେଦନ ନ କରାଗଲେ ଜେଲ୍‌ ପ୍ରଶାସନ ପକ୍ଷରୁ ନିମ୍ନ ଅଦାଲତକୁ ସୂଚିତ କରାଯାଇ ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ପାଇଁ କଳା ପରଓ୍ବାନା(ବ୍ଲାକ୍‌ ଓ୍ବାରେଣ୍ଟ୍‌) ଜାରି କରାଯିବ। ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଫାଶିଦଣ୍ଡ ରୋକିବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ଏହି ମାମଲାରେ ୬ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଅନ୍ୟ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଏବଂ ପଓ୍ବନଙ୍କୁ ଫାଶି ଦଣ୍ଡାଦେଶ କରାଯାଇଛି।

Share