ନିର୍ଭୟରେ ବିନା ମାସ୍କରେ ବୁଲୁଝନ୍ତି ଲୋକେ: ଯାଞ୍ଚ ବେଳେ ଗଣୁଛନ୍ତି ତଣ୍ଡ

କୋରୁକୋଣ୍ଡା୨୨।୬(ଡି.ଏନ୍‌.ଏ): ଦେଶରେ ଅନଲକ୍‌ ୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ, କୋରୁକୋଣ୍ଡା ରାଜସ୍ବ ବିଭାଗ ଓ ମାଲକାନଗିରି ପୋଲିସ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଅନ୍ତର୍ଗତ ବସଷ୍ଟାଣ୍ଡ ଛକଠାରେ ମାସ୍କ ପିନ୍ଧିବା ନେଇ ଯାଞ୍ଚ କରାଯାଇଛିା। ଆଜି ସାପ୍ତାହିକ ହାଟ ଥିବା ସତ୍ତ୍ୱେ ମଧ୍ୟ ଲୋକେ ନିର୍ଭୟରେ ବିନା ମାସ୍କରେ ଖୁଲମଖୋଲା ବୁଲୁଥିବା ବେଳେ କେତେକ ନିଜ ପ୍ୟାକେଟ୍ରେ ରଖି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ସହ ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ବସି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ତେବେ କେତେକ ଯାଞ୍ଚ ହେଉଥିବା ଦେଖି ପ୍ୟାକେଟ୍‌ରୁ ମାସ୍କ କାଢି ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ଅମାନିଆଙ୍କୁ ତାଗିଦ୍‌ କରାଯାଇ ପ୍ରାୟ ୧୩,୧୫୦ ଟଙ୍କା ତଣ୍ଡ ଆଦାୟ ହୋଇଛି। ଯାଞ୍ଚ ସମୟରେ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁଙ୍କ ସହ ବ୍ଲକ କର୍ମଚାରୀ, କୋରୁକୋଣ୍ଡା ରାଜସ୍ବ ଅଧିକାରୀ ସର୍ବେଶ୍ୱର ପରିଡା, ରାଜସ୍ବ ବିଭାଗୀୟ କର୍ମଚାରୀ ଓ ମାଲକାନଗିରି ପୋଲିସ ଉପସ୍ଥିତ ଥିଲେ।