Categories: କନ୍ଧମାଳ

ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ, ଠିକାଦାର ଗିରଫ

ଫୁଲବାଣୀ ଅଫିସ, ୧୫ା୨ – ଫୁଲବାଣୀ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଦେଇ ଫେରାର ଥିବା ଠିକାଦାରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଠିକାଦାର ଜଣକ ହେଲେ ଫୁଲବାଣୀ ସାହିର ଆକାଶ ମହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ନିର୍ବାହୀ ଯନ୍ତ୍ରୀ ଯାମିନୀକାନ୍ତ ଦାସ୍‌ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିଥିଲେ। ଠିକାଦାର ଆକାଶ ହଠାତ ପ୍ରକୋଷ୍ଠକୁ ପଶି ତାଙ୍କୁ ଗାଳିଗୁଲଜ ସହ ଟଣାଓଟରା କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ନିର୍ବାହୀ ଯନ୍ତ୍ରୀ ଦାସ୍‌ ସେହିଦିନ ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ.୨୪/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।