Categories: ଜାତୀୟ

ନିର୍ବାଚନ ପୂର୍ବରୁ ହୁଏ ସର୍ଜିକାଲ ଷ୍ଟ୍ରାଇକ୍‌: କଂଗ୍ରେସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ କଶ୍ମୀର ଟଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ କଡା ଜବାବ ଦେଇଛି। ଭାରତୀୟ ସେନା ପାକ ଅଧିକୃତ କଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି। ଏଥିରେ ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଏହାକୁ ଦେଇ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ଆସିବା ପୂର୍ବରୁ ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‌ ହୁଏ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଅଖିଳେଶ ସିଂ କହିଛନ୍ତି, ନିର୍ବାଚନ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଦେଶରେ ଏକ ନୂଆ ଢାଞ୍ଚା ଆରମ୍ଭ ହୋଇଯାଇଛି। ସୋମବାର ମହାରାଷ୍ଟ୍ର ଏବଂ ହରିୟାଣା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଭୋଟରଙ୍କ ଧ୍ୟାନ ଆକର୍ଷଣ ପାଇଁ ଏଭଳି ସର୍ଜିକାଲ ଷ୍ଟ୍ରାଇକ କରାଯାଉଥିବା ସେ କହିଛନ୍ତି।

Share