Categories: ଜାତୀୟ

ନିର୍ବାଚନ ସରୁ ସରୁ ରବର୍ଟଙ୍କ ବଢ଼ିଲା ସମସ୍ୟା: ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ସଭା ନିର୍ବାନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ ପରାଜୟ ପରେ ଗାନ୍ଧୀ ପରିବାରକୁ ଆଉ ଏକ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ମନି ଲଣ୍ଡରିଙ୍ଗ ମାମଲାରେ ରର୍ବଟ ଭଦ୍ରାଙ୍କ ଅନ୍ତରୀଣ ଜାମିନ ରଦ୍ଦ କରିବା ପାଇଁ ଇଡି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ମନି ଲଣ୍ଡରିଙ୍ଗ ମାମଲାରେ ଏପ୍ରିଲ ୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅଦାଲତ ଭଦ୍ରାଙ୍କୁ ତାଙ୍କର ସମ୍ପର୍କୀୟ ମନୋଜ ଅରୋଡାଙ୍କ ୫ଲକ୍ଷ ଟଙ୍କିଆ ବେଲ ବଣ୍ଡ ଆଧାରରେ ଜାମିନ ଦେବାକୁ ଅନୁମତି ଦେବା ସହ ଦେଶ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରମାଣ ପତ୍ର ନଷ୍ଟ ନ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଲୋଭନ ନ ଦେଖାଇବା ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ କୋର୍ଟ।

Share