ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ଷ୍ଟାର ପ୍ରଚାରକଙ୍କୁ। ବଲିଉଡ୍‌ ଡ୍ରିମ ଗର୍ଲ ତଥା ଭାଜପା ନେତ୍ରୀ ହେମାମାଳିନୀ ହରିୟାଣାର ପାନିପଥରେ ଭାଜପା ପକ୍ଷରୁ ପ୍ରଚାର କରିଥିଲେ। ଇସରାନା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କ୍ରିଷନ ଲାଲ ପନଓ୍ବରଙ୍କ ପାଇଁ ସେ ପ୍ରଚାର କରୁଥିଲେ। ସେହିପରି ଗୁରୁଦାସପୁରର ଭାଜପା ଏମ୍‌ପି ତଥା ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବଡଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ଓମ ପ୍ରକାଶ ଧନକରଙ୍କ ପାଇଁ ପ୍ରଚାର କରିଥିଲେ। ଅନ୍ୟପଟେ ବଲିଉଡ୍‌ ଅଭିନେତା ଗୋବିନ୍ଦା ମହାରାଷ୍ଟ୍ରର ମଲକାପୁର ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ଭାଜପା ପ୍ରାର୍ଥୀ ଚେନସୁଖ ମଦନଲାଲ ସାଞ୍ଚେଟିଙ୍କ ପାଇଁ ପ୍ରଚାର କରିଥିବା ଦେଖାଯାଇଛି।

Share