Categories: ଜାତୀୟ

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ, ଡ୍ରଗ୍ସ, ମଦ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ରବିବାର ସୂଚନା ଦେଇଛନ୍ତି। ୨୦୧୪ ତୁଳନାରେ ଏଥର ପାଖାପାଖି ତିନିଗୁଣ ଅଧିକ ଅର୍ଥ ଜବତ ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଟ ୧୨୦୬ କୋଟି ଟଙ୍କାର ନଗଦ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା ବୋଲି ଇସି ମହାନିର୍ଦ୍ଦେଶକ (ନିର୍ବାଚନ ଖର୍ଚ୍ଚ) ଦିଲୀପ ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୦ରେ ଇସି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ମାର୍ଚ୍ଚ ୧୦ରୁ ମେ ୧୯ ମଧ୍ୟରେ ୮୩୯.୦୩ କୋଟି ଟଙ୍କାର ନଗଦ ଅର୍ଥ, ୨୯୪.୪୧ କୋଟି ଟଙ୍କାର ମଦ, ୧୨୭୦.୩୭ କୋଟି ଟଙ୍କାର ଡ୍ରଗ୍ସ, ୯୮୬.୭୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମର୍ଗୀ ଏବଂ ୫୮.୫୬ କୋଟି ଟଙ୍କାର ଶାଢ଼ୀ, ହାତଘଡ଼ି ଏବଂ ଭୋଟରଙ୍କୁ ବଣ୍ଟାଯିବାକୁ ଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Share