ନିର୍ବାଚନରେ ଲଢ଼ିବାକୁ ପାଣ୍ଠି ନ ଥିବା ପ୍ରସଙ୍ଗ; କଂଗ୍ରେସକୁ ମିଳଛି ୧୦ହଜାର ସହାୟତା: ନିରଞ୍ଜନ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପରେ କଂଗ୍ରେସ ହାତରେ ବିଜେପୁର ଉପନିର୍ବାଚନରେ ଲଢ଼ିବା ପାଇଁ ପାଣ୍ଠି ନାହିଁ। ଏଣୁ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅପିଲ କରିଥିଲେ। ତେବେ ଜଣେ ବଦାନ୍ୟ ବ୍ୟକ୍ତି କଂଗ୍ରେସକୁ ୧୦ହଜାର ଟଙ୍କା ସହାୟତା ଦେଇଥିବା ନେଇ ନିରଞ୍ଜନ ଶନିବାର ସୂଚନା ଦେଇଛନ୍ତି। କେବଳ ତାହା ନୁହେଁ, ରବିବାର ୭୫ହଜାର ମିଳିବାକୁ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି।

ଅପରପକ୍ଷେ ବିଜେଡି ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ପ୍ରସଙ୍ଗରେ ସେ କହିଛନ୍ତି, ସବୁବେଳେ ସହାନୁଭୂତି ହେବନି। ନବୀନ ବାବୁ କେତେଦିନ ପ୍ରତାରିତ କରିବେ, ଲୋକମାନେ ତାହା ବିଚାର କରିବେ ବୋଲି ନିରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି।