ନିର୍ବନ୍ଧ ଆଗରୁ ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମର ଜଣେ ଯୁବତୀ ଶନିବାର ବିଷପିଇ ଅତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷିନୀ ପ୍ରଧାନ (୧୮)। ତାଙ୍କ ମା’ ଓ ଭଉଣୀ ନିକଟସ୍ଥ ଜମିକୁ ଧାନ କାଟିବାକୁ ଯାଇଥିଲେ। ସନ୍ଧ୍ୟାରେ ଘରେ କେହି ନ ଥିବା ସମୟରେ କୌଣସି କାରଣରୁ ସେ ବିଷପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପଡ଼ୋଶୀ ତାଙ୍କୁ ଦେଖି ମା’ ଓ ଭଉଣୀଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏ ନେଇ ଥାନାରେ କେସ ନଂ. ୨୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ରବିବାର ତାଙ୍କର ନିର୍ବନ୍ଧ ଥିବା ବେଳ ସେ ଆତ୍ମହତ୍ୟା କାହିଁକି କଲେ ତାହା ଜଣାପଡ଼ି ନାହିଁ।