ନିରୁତ୍ସାହିତ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ କାର୍ଯ୍ୟକ୍ରମରେ ସ୍ବଳ୍ପ ଉପସ୍ଥିତିକୁ ଦେଖି ବାବୁମାନେ ନିରୁତ୍ସାହିତ ହୋଇ ପଡ଼ିଥିଲେ। ସାଧାରଣତଃ ଏ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଗହଳି ହୁଏ। କିନ୍ତୁ ଏଥର ଏହା ଅତି ଛୋଟ ଥିଲା ଓ ଆଦୌ ଆଖିଦୃଶିଆ ନ ଥିଲା। କେତେକଙ୍କ କହିବା ଅନୁସାରେ, ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ (ଅପ୍ରାସଙ୍ଗିକ ଦିଲ୍ଲୀବାବୁ ବୋଲି ବୁଝନ୍ତୁ) ଏବଂ ରାଷ୍ଟ୍ରପତିଙ୍କ ପୁରୁଣା ପାର୍ଶଦ ବା କର୍ମଚାରୀ ଓ ତୋଷାମଦିଆମାନଙ୍କୁ ଦେଖିବାକୁ ମିଳି ନ ଥିଲା। ରାଷ୍ଟ୍ରପତି କୋବିନ୍ଦ ଉଚିତ ଅନୁଚିତର ବିଚାର କରୁଥିବା ଜଣେ ଶୃଙ୍ଖଳିତ ବ୍ୟକ୍ତି ହୋଇଥିବାରୁ ସେ ଏପରି କି ଘନିଷ୍ଠ ପରିବାର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ତାଲିକାରେ ଅନ୍ତର୍ଭୁକ୍ତ କରି ନ ଥିଲେ। ଅତୀତରେ ଏହା ଥିଲା ଲାଚେନ୍ସ ଦିଲ୍ଲୀ (ଦିଲ୍ଲୀର ଏକ ସ୍ଥାନ ଯାହା ଦିଲ୍ଲୀ ନଗରୀର ସ୍ଥପତି ଲାଚେନ୍ସଙ୍କ ନାମରେ ନାମିତ)ର ଏକ ବଡ଼ ଉତ୍ସବ। ଏଣୁ ଏହି ଉତ୍ସବକୁ ଲଘୁ କରିଦିଆଯିବା ଫଳରେ ଏଥିରୁ ଉପକୃତ ହେଉଥିବା ବ୍ୟକ୍ତିମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଯୋଗ ଦେଇଥିବା ବାବୁମାନଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ଥିଲା। ସବୁ ବର୍ଷ ବହୁ ସଂଖ୍ୟାରେ ସଚିବ, ଅତିରିକ୍ତ ଓ ଯୁଗ୍ମ ସଚିବ ସେମାନଙ୍କ ପତ୍ନୀମାନଙ୍କ ସହ ଏହି ଉତ୍ସବରେ ଯୋଗ ଦେଉଥିଲେ। ଏଥିରେ ଯୋଗ ଦେଉଥିବା ଦିଲ୍ଲୀର ବଡ଼ ବଡ଼ ବ୍ୟବସାୟୀ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସେମାନଙ୍କ ସହ ସାମାଜିକ ଭାବେ ମିଳାମିଶା କରିବାର ସୁଯୋଗ ପାଉଥିଲେ। ସେମାନଙ୍କ ସଂଖ୍ୟା କମିଯିବା ଫଳରେ ସେ ସୁଯୋଗ ସଂକୁଚିତ ହୋଇଗଲା।
ସମ୍ପ୍ରତି ସଚିବ ଓ ଯୁଗ୍ମ ସଚିବ ପାହ୍ୟାରେ ଅଣ-ଆଇଏଏସ୍‌ ବାବୁଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସେମାନଙ୍କ ସହ ସାମାଜିକ ଭାବେ ମିଳାମିଶା କରିବାର ଗୁରୁତ୍ୱ ଓ ଉତ୍ସାହ ହ୍ରାସ ପାଇଲା। ଗୁରୁତ୍ୱପୂର୍ଣ୍ଣ ବାବୁମାନଙ୍କର ଅନୁପସ୍ଥିତିର ଗୋଟିଏ କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲାଲ୍‌କିଲ୍ଲା ଅଭିଭାଷଣ ପରେ ଅର୍ଥନୀତି ଉପରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ଅର୍ଥନୈତିକ ସଂକଟର ଗୁରୁତ୍ୱକୁ ସୂଚାଇବା ସହ ବାବୁମାନଙ୍କ ପାଇଁ ସ୍ବାଧୀନତା ଦିବସ ଯେ ଏକ ଛୁଟିଦିନ ନୁହେଁ, ତାହା ସୂଚାଇଥିଲା। ସ୍ପଷ୍ଟତଃ ଏହା ଏପରି ଏକ ସରକାର ଯାହା ୨୪ ଘଣ୍ଟା କାମ କରେ ଏବଂ ଆପଣଙ୍କୁ ମଧ୍ୟ କାମ କରାଯାଏ। ଆପଣ ଯଦି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆପଣ ସେହି ଧାରାରେ ପଡ଼ିବାକୁ ବାଧ୍ୟ। ବାବୁମାନେ ଏଥିରେ କ୍ଳାନ୍ତ ହୋଇପଡ଼ିବା ସହ ଅନେକେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତା’ଛଡ଼ା ଏହାପରେ ଅନେକ ବାବୁଙ୍କର ବି କିଛି ସରକାରୀ କାମ ଘରେ କରିବାକୁ ବାକି ଥିବ। ଏହି କାର୍ଯ୍ୟକ୍ରମରେ ୟୁନିଫର୍ମ ପିନ୍ଧା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଦେଖି ଭାଜପା କର୍ମୀମାନେ ଆନନ୍ଦିତ ହୋଇଥିବେ। ଅତୀତରେ ଏକ ତାରକା ବିଶିଷ୍ଟ ସେନାଧିକାରୀ ମଧ୍ୟ ଉପସ୍ଥିତ ରହୁଥିଲେ ଯାହାଙ୍କୁ ରାଷ୍ଟ୍ରପତି ସ୍ବାଗତ ଜଣାଉଥିଲେ। କିନ୍ତୁ ଏଥର ରାଷ୍ଟ୍ରପତି ଭବନରେ ଅଧିକ ସଂଖ୍ୟକ ସାହସିକତା ପୁରସ୍କାରପ୍ରାପ୍ତ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟ ତଥା ବେସାମରିକ ଅଫିସର ଉପସ୍ଥିତ ଥିଲେ। ସେମାନେ ଓ ସେମାନଙ୍କ ପରିବାର ସଦସ୍ୟମାନେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟ ଅଂଶ ଥିଲେ। ସଶସ୍ତ୍ର ସେନାର ତିନି ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ସମ୍ପର୍କରେ ସକାଳେ ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଉତ୍ସବରେ ତିନି ବାହିନୀ ମୁଖ୍ୟଙ୍କ ଉପସ୍ଥିତି ଅଧିକ ଗୁଞ୍ଜରଣ ସୃଷ୍ଟି କରିଥିଲା। କେତେକ ଗୋଷ୍ଠୀର ବାବୁଙ୍କୁ ଛାଡ଼ିଦେଲେ ସମସ୍ତେ ଏହାକୁ ସ୍ବାଗତ ଜଣାଇଥିଲେ। ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରୁ କିଏ ଏହି ଗୁରୁତ୍ୱପୂର୍ଣ୍ଣ ନୂତନ ପଦବୀରେ ଅଧିଷ୍ଠିତ ହେବେ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। କିନ୍ତୁ ଏପରି କି ହତାଶ ବାବୁମାନେ ବି ବିଭିନ୍ନ ସ୍କୁଲ ପରୀକ୍ଷାରେ ଟପର ହୋଇଥିବା ଛାତ୍ରମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ କରିବାର ନୂତନ ଧାରାକୁ ସ୍ବାଗତ କରିଥିଲେ। ଏହା ରାଷ୍ଟ୍ରପତି ଭବନରେ ନୂତନ ଧରଣର ସାଧାରଣ ଜନତାଙ୍କ ପହୁଞ୍ଚକୁ ସୁନିଶ୍ଚିତ କରିଥିଲା। କିନ୍ତୁ ଏସବୁ ଭିତରେ ରାଷ୍ଟ୍ରପତିଙ୍କ ସହ ଚା ପାନ କାର୍ଯ୍ୟକ୍ରମରେ ବାବୁମାନଙ୍କ କମ୍‌ ସଂଖ୍ୟାରେ ଉପସ୍ଥିତି ଅନେକ ବାବୁଙ୍କୁ ନିରୁତ୍ସାହିତ କରିଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri