ନିରାଶ୍ରୟ ପଥିକଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର,୧୬ା୪(ଡି.ଏନ୍‌.ଏ.) : କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ପ୍ରଶାସନର କଟକଣା ଯୋଗୁ ସକାଳ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତାଘାଟ ଶୂନଶାନ ହୋଇପଡୁଛି। ଏହି ସମୟରେ ଭୋକିଲା ପେଟକୁ ଦାନା ମୁଠାଏ ଯୋଗାଡ଼ କରିବା ନିରାଶ୍ରୟଙ୍କ ପାଇଁ କାଠିକର ପାଠ।  ବରଗଡ଼ ଜିଲା ବିଜେପୁର- ପଦ୍ମପୁର ରାସ୍ତାରେ ଯାଉଥିବା ଏଭଳି ଜଣେ ନିରାଶ୍ରୟ ପଥିକଙ୍କୁ ଗୁରୁବାର ମଧ୍ୟାହ୍ନରେ ପ୍ରଶାସନ ଉଦ୍ଧାର କରିଛି। ସେ ହେଲେ ବଲାଙ୍ଗୀର ଜିଲା ରାଜଆଗଲପୁର ବ୍ଲକର ନଅଗାଁର ସୁରୁ ସାହୁ ।
ସୂଚନାନୁଯାୟୀ, ସୁରୁ ସମ୍ବଲପୁର ଗୋଶାଳାର ଏକ ହୋଟେଲରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ହୋଟେଲ ବନ୍ଦ ହୋଇ ଯାଇଥିଲା। ଉକ୍ତ ଯୁବକ ଜଣକ ଅବିବାହିତ ରହିଥିବାରୁ ମାଲିକ ନିକଟରେ ସେ ରହିଯାଇଥିଲେ। କୌଣସି କାରଣରୁ ମାଲିକ ନିକଟରୁ ସେ ଅନ୍ୟତ୍ର ଚାଲି ଆସିଥିଲେ। ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ସେ ନିଜର ବ୍ୟବହାର୍ଯ୍ୟ ସାମଗ୍ରୀକୁ ବ୍ୟାଗରେ ଭର୍ତ୍ତି କରି ବହୁ କଷ୍ଟରେ ବରଗଡ଼ରୁ ବାହାରି ବିଜେପୁର ବାଟ ଦେଇ ନଅଗାଁକୁ ଫେରୁଥିଲେ। ୩ଟି ବ୍ୟାଗ୍‌କୁ କିଛି ଦୂରରେ ରଖି ପୁଣି ପଛକୁ ଫେରି ଅନ୍ୟ ବ୍ୟାଗ୍‌ ଧରି ଆଗକୁ ବଢୁଥିଲେ। ଏହି ଦୃଶ୍ୟ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଖବର ପାଇବା ପରେ ସ୍ଥାନୀୟ ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର କେଉଁଟିପାଲରେ ପହଞ୍ଚିଥିଲେ। ସେହିପରି ରାସ୍ତାରେ ଯାଉଥିବା ଭାଜପା ନେତା ସନତ କୁମାର ଗଡ଼ତିଆ ମଧ୍ୟ ଅଟକି ଯାଇ ନିରାଶ୍ରିତଙ୍କ ବନ୍ଦୋବସ୍ତ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସଂପୃକ୍ତ ନିରାଶ୍ରିତ ପଥିକକୁ ଏନଏସି ପକ୍ଷରୁ ତୁରନ୍ତ ଗାଡ଼ିରେ ନିଆଯାଇ ହାଇସ୍କୁଲରେ ଖୋଲା ଯାଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ନିରାଶ୍ରିତଙ୍କ ଖାଦ୍ୟପେୟ ବନ୍ଦୋବସ୍ତ କରାଯିବା ସହ ତାଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri