ନିରାଶ୍ରୟଙ୍କୁ ମିଳିଲା ରନ୍ଧାଖାଦ୍ୟ

ଆସିକା,୨୭ା୩ (ଡି.ଏନ୍‌.ଏ.): ଜନସାଧାରଣଙ୍କୁ ଘର ପାଖରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଲାଗି ଆସିକା ଏନ୍‌ଏସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଜରାତି ଜିନିଷ, ପରିବା, ଫଳ, ଦୁଗ୍ଧ, ଔଷଧ, ମାଛ ମାଂସ ଏପରିକି ରନ୍ଧାଖାଦ୍ୟ ଉପଲବ୍ଧ ହେଉଥିବା ସ୍ଥାନ ଓ ସେମାନଙ୍କ ଟେଲିଫୋନ ନମ୍ବର ସମ୍ବଳିତ ସୂଚନା ଦିଆଯାଇଛି। ଆବଶ୍ୟକସ୍ଥଳେ ଜନସାଧାରଣ ଏନଏସି କାର୍ଯ୍ୟାଳୟ ସହ ସିଧାସଳଖ ସମ୍ପର୍କ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଶୁକ୍ରବାର ଏନଏସି ପକ୍ଷରୁ ୩୦ଜଣ ନିରାଶ୍ରିତଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ଆସିକା ବ୍ଲକର କେତେକ ପଞ୍ଚାୟତରେ ଲୋକେ ବାହାରକୁ ଯିବା ଓ ବାହାର ଲୋକ ଆସିବା ଉପରେ କଟକଣା ଜାରି କରାଯାଇଛି।