Categories: ଜାତୀୟ

ନିରାଡମ୍ବର ଭାବେ ବିବାହ କଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଥିରୁଭାନନ୍ତପୁରମ,୧୫।୬: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବିଣାଙ୍କର ବିବାହ ହୋଇଛି। ସୋମବାର ସକାଳେ ମାକର୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଯୁବଦଳର ନେତା ମହମ୍ମଦ ରିୟାସଙ୍କ ସହ ସୋମବାର ସକାଳେ ଏହି ବିବାହ ସମ୍ପନ୍ନ କରାଯାଇଛି। ତେବେ ବିବାହ ସମୟରେ କୋଭିଡ-୧୯ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସସ୍ଥଳରେ ଆୟୋଜିତ ଏହି ବିବାହ ଉତ୍ସବରେ କେବଳ ୫୦ ଜଣ ପ୍ରିୟ ପରିଜନ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ବିବାହ ସମାରୋହରେ କେବଳ ଜଣେ ମନ୍ତ୍ରୀ ଯୋଗ ଦେଇଥିବା କୁହାଯାଏ।

Share