ନିରପେକ୍ଷ ତଦନ୍ତ ପାଇଁ ୨୫ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୮।୧୧- ନିରପେକ୍ଷ ଓ ଉଚ୍ଚକୋଟିର ତଦନ୍ତ କରି ମାମଲାଗୁଡିକର ସମାଧାନ କରିଥିବା ୨୫ଜଣ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡିଜିପି ବିଜୟ କୁମାର ଶର୍ମା ଶୁକ୍ରବାର ରାଜ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତଦନ୍ତକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରତିବର୍ଷ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଆସୁଛି। ଏହା ଦ୍ୱାରା ସେମାନଙ୍କୁ ପ୍ରେରଣା ମିଳିବା ସହ ଅଧିକ ସଫଳତା ହାସଲ କରି ରାଜ୍ୟର ସୁନାମ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଡିଜିପି ଶର୍ମା କହିଥିଲେ। ସମ୍ବର୍ଦ୍ଧିତ ଅଧିକାରୀମାନେ ହେଲେ, ବାଲେଶ୍ୱର ଅତିରିକ୍ତ ଏସ୍‌ପି ଗୋବିନ୍ଦ ସେଠୀ, ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ରାୟଗଡ଼ା ଏସ୍‌ଆଇ ସୁଶାନ୍ତ କୁମାର ଶତପଥୀ, ମାଲକାନଗିରି ଏସ୍‌ଆଇ ସନ୍ତୋଷୀ ବାରିକ, ଭୁବନେଶ୍ୱର ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଉର୍ମିଳା ମଲ୍ଲିକ, ଭୁବନେଶ୍ୱର ସହରାଞ୍ଚଳ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ, ଅନୁଗୋଳ ପିଟିସି ଇନ୍ସପେକ୍ଟର ଯୋଗେଶ୍ୱରୀ ବେହେରା, କେନ୍ଦୁଝର ଏସ୍‌ଆଇ ଶ୍ରୀକାନ୍ତ ସାହୁ, ଗଜପତି ଇନ୍ସପେକ୍ଟର ବିବେକାନନ୍ଦ ସ୍ବାଇଁ, କଳାହାଣ୍ଡି ଇନ୍ସପେକ୍ଟର ଗୋବିନ୍ଦ ମାଝି, ପୁରୀ ଇନ୍ସପେକ୍ଟର ଗେଲି କୁମାରୀ ସାହୁ, ଭୁବନେଶ୍ୱର ସହରାଞ୍ଚଳ ଇନ୍ସପେକ୍ଟର ଜୟଦେବ ବିଶ୍ୱଜିତ୍‌, ରାୟଗଡ଼ା ଇନ୍ସପେକ୍ଟର ଜୟଶ୍ରୀ ପ୍ରଧାନ, ବ୍ରହ୍ମପୁର ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର, ବୌଦ୍ଧ ଇନ୍ସପେକ୍ଟର ଅକ୍ଷୟ କୁମାର ଘଡେଇ, ପୁରୀ ଇନ୍ସପେକ୍ଟର ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି, କଟକ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ, କଟକ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସୁବାଶିନୀ ଜେନା, ଗଞ୍ଜାମ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଅନୁଗୋଳ ଡିଏସ୍‌ପି ଦିଲ୍ଲୀପ କୁମାର ନାୟକ, ମୟୂରଭଞ୍ଜ ଇନ୍ସପେକ୍ଟର ଯୋଗେନ୍ଦ୍ର କୁମାର ମଲ୍ଲିକ, ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ବୈଦେହୀ କୁମାରୀ ବେହେରା, ଜଗତ୍‌ସିଂହପୁର ଏସ୍‌ଆଇ ପଦ୍ମାଳୟା ପ୍ରଧାନ, ଭୁବନେଶ୍ୱର ଏସ୍‌ଟିଏଫ୍‌ ଏସ୍‌ଆଇ ଆଶିଷ ଚନ୍ଦ୍ର ଜେନା ଓ ସମ୍ବଲପୁର ଏସ୍‌ଆଇ ବିଭୁତି ଭୂଷଣ ଦଳେଇ। ରାଜ୍ୟ କ୍ରାଇମବ୍ରାଞ୍ଚ ଶାଖାର ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri