‘ନିରପେକ୍ଷତାକୁ ବାଚସ୍ପତି ଗୁରୁତ୍ୱ ଦେବା ଆବଶ୍ୟକ’

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ପାର୍ଲାମେଣ୍ଟ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ନିହାତି ଆବଶ୍ୟକ। ଏ ସମ୍ପର୍କରେ ସମୟୋଚିତ ନିଷ୍ପତ୍ତି ନେବା ବାଞ୍ଛନୀୟ, ଯାହା ନିର୍ବିବାଦୀୟ ହେବା ଉଚିତ। ଯାହାଫଳରେ ନ୍ୟାୟପାଳିକା ଏ ଦିଗରେ ପ୍ରଶ୍ନ ଉଠାଇ ପାରିବେ ନାହିଁ ବୋଲି ଗୁରୁବାର ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ମତପ୍ରକାଶ ପାଇଛି।
ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଓ ସଚିବମାନେ ଯୋଗଦେଇଥିଲେ। ‘ସମ୍ବିଧାନର ଦଶମ ଅନୁସୂଚୀ ଓ ବାଚସ୍ପତିଙ୍କ ଭୂମିକା’ ପ୍ରସଙ୍ଗରେ ଗୁରୁବାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଏହି ସମ୍ମିଳନୀରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ସମ୍ମିଳନୀ ସମାପ୍ତ ହେବା ପରେ ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନେ ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଦ୍ୱାରା ଋଷିକେଶରେ ଆୟୋଜିତ ଆଟ୍‌ ହୋମ୍‌ ପାର୍ଟିରେ ଯୋଗଦେଇଥିଲେ। ଶୁକ୍ରବାର ସେମାନେ ମଶୌରୀ ଓ ହରିଦ୍ୱାର ଭ୍ରମଣରେ ଯିବେ ବୋଲି ଜଣାପଡିଛି। ଓଡ଼ିଶା ବିଧାନସଭାର ପ୍ରତିନିଧି ଦଳରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ପ୍ରଶାନ୍ତ କୁମାର ଦାସ ଓ ଗବେଷଣା ଅଧିକାରୀ ରଣଧୀର ରାୟ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri