Categories: ଜାତୀୟ

ନିରଞ୍ଜନି ଆଖଡାରେ ମହନ୍ତ ଆଶିଷ ଗିରିଙ୍କ ଆତ୍ମହତ୍ୟା

ପ୍ରୟାଗରାଜ,୧୭।୧୧: ଉତ୍ତର ପ୍ରଦେଶର ଦରୟାଗଞ୍ଜ ଅଞ୍ଚଳରେ ଥିବା ନିରଞ୍ଜନି ଆଖଡାର ମହନ୍ତ ଆଶିଷ ଗିରି ରବିବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଉଚ୍ଚ ରକ୍ତଚାପ ଓ ପାକସ୍ଥଳି ଜନିତ ରୋଗରେ ପୀଡିତ ଥିବା ମହନ୍ତ ଆଶିଷ ଗିରିଙ୍କ ଲିଭର ମଧ୍ୟ ଖରାପ ହୋଇଯାଇଥିଲା। ଏହାଦ୍ୱାରା ସେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ହୁଏତ ଏହି କଷ୍ଟ ସହି ନ ପାରି ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସିଟି ଏସ୍‌ପି ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି। ଆଖଡା କାଉନସିଲର ଅଧ୍ୟକ୍ଷ ନରେନ୍ଦ୍ର ଗିରି କହିଛନ୍ତି ସେ ଆଶିଷଙ୍କୁ ସକାଳ ଜଳଖିଆ କରିବାକୁ ଡାକିଥିଲେ। ହେଲେ ସେ ଗାଧୋଇ ସାରି ଯିବାକୁ କହି ଆଉ ଆସି ନ ଥିଲେ। କିଛି ସମୟ ପରେ ଦେଖିବାରୁ ସେ ରହିଥିବା କୋଠରିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ତେବେ ଡାକ୍ତର ତାଙ୍କୁ ଅଧିକ ନିଶାଦ୍ରବ୍ୟ ସେବନ ବାରଣ କରିଥିଲେ ବୋଲି ନରେନ୍ଦ୍ର ଗିରି କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share