‘ନିଯୁକ୍ତି ସଂକଟ କବଳରେ ସାରା ଭାରତ’

ବ୍ରହ୍ମପୁର ଅଫିସ୍‌,୨୦ା୧୦-କେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ଏବେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା କ୍ରମଶଃ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୀବାରେ ଲାଗିଛି। ସାରା ଦେଶରେ ଏବେ ନିଯୁକ୍ତିକୁ ନେଇ ସଂକଟ ଦେଖାଦେଇଛି । ଯେଉଁଠି ଶ୍ରମିକମାନେ ଛଟେଇ ବିରୋଧରେ ବିକ୍ଷୋଭ କରୁଛନ୍ତି, ସେଠାରେ ପୋଲିସ ସହାୟତାରେ ଆନ୍ଦୋଳନକୁ ଦମନ କରାଯାଉଛି। ଏହାର ପ୍ରତିବାଦରେ ରବିବାର ସର୍ବଭାରତୀୟ ଶ୍ରମିକ ସଂଗଠନ ‘ଇଫ୍‌ଟୁ’, ଓଡ଼ିଶା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ନେତୃତ୍ୱରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ସଂଗଠନର ଅଭିଯୋଗ ହେଲା, ଦେଶର କ୍ରମ ବର୍ଦ୍ଧମାନ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ କଳ କାରଖାନା ବନ୍ଦ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଏବଂ କର୍ମଚାରୀ ଛଟେଇ ହେଉଛନ୍ତି । ମୋଦି ସରକାର ଜାତୀୟ ସମ୍ପତ୍ତିି ରୂପେ ପରିଚିତ ବ୍ୟାଙ୍କ, ରେଳ, ବିମାନ ବନ୍ଦର ଓ ପ୍ରତିରକ୍ଷା ଉତ୍ପାଦନ ଆଦି କ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଟେକି ଦେବାକୁ ଘରୋଇକରଣ ଆରମ୍ଭ କରିଥିବା ବେଳେ ଶ୍ରମ ସଂସ୍କାର ନଁାରେ ଶ୍ରମିକମାନଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ଦୁର୍ବଳ କରିବାକୁ ଶ୍ରମ ଆଇନକୁ ଉଚ୍ଛେଦ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୂସରଣ କରି ବିଭିନ୍ନ ରାଜ୍ୟର ସରକାରମାନେ ଇତି ମଧ୍ୟରେ ଶ୍ରମିକ ଏବଂ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ନିକଟରେ ଭାଜପା ଶାସିତ ଉତ୍ତର ପ୍ରଦେଶ ସରକାର ଅର୍ଥାଭାବର ଆଳରେ ସେଠାକାର ଗୃହ ବିଭାଗରେ କାର୍ଯ୍ୟରତ ୨୫ ହଜାର ହୋମଗାର୍ଡ଼ଙ୍କୁ ଚାକିରିରୁ ଛଟେଇ କରିଛନ୍ତି । ସେହିଭଳି ତେଲେଙ୍ଗାନାର କେସିଆର୍‌ ସରକାର ସେଠାକାର ରାଜ୍ୟ ପରିବହନ ନିଗମରେ କାର୍ଯ୍ୟରତ ୪୮ ହଜାର କର୍ମଚାରୀଙ୍କୁ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଚାକିରିରୁ ବହିଷ୍କାର କରିଛନ୍ତି। ନିଜର ବିଭିନ୍ନ ନ୍ୟାୟସଙ୍ଗତ ଦାବି ନେଇ ପରିବହନ କର୍ମଚାରୀମାନେ ଗତ ୧୫ ଦିନ ଧରି ଲଗାତର ଆନ୍ଦୋଳନ ଚଳାଇଛନ୍ତି। ପରିବହନ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ସେଠାକାର ବିରୋଧୀ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନମାନଙ୍କ ତରଫରୁ ଶନିବାର ତେଲେଙ୍ଗାନାରେ ଦିନକିଆ ବନ୍ଦ ପାଳନ କରାଯାଇଥିବା ବେଳେ ତେଲେଙ୍ଗାନା ସରକାର ବନ୍ଦକୁ ବିଫଳ କରିବା ପାଇଁ ବ୍ୟାପକ ପୋଲିସ ଦମନ କରିଥିଲେ। ଖାମାମ୍‌ରେ ସିପିଆଇ(ଏମଏଲ୍‌) ନିଉ ଡ଼େମୋକ୍ରାସୀ ଏବଂ ଇଫ୍‌ଟୁ ନେତୃତ୍ୱରେ ଶ୍ରମିକମାନେ ବନ୍ଦ ପାଳନ କରୁଥିବା ବେଳେ ପୋଲିସର ବର୍ବର ଲାଠି ଚାଳନା ଫଳରେ ରାଜ୍ୟ ସହ ସମ୍ପାଦକ ପୋଟୁ ରଙ୍ଗାରାଓଙ୍କ ସମେତ ଅନେକ ଶ୍ରମିକ ନେତା ଗୁରୁତର ଆହତ ହୋଇଥିଲେ। ପୋଲିସର ଲାଠି ମାଡ଼ରେ ରଙ୍ଗାରାଓଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତର ବୃଦ୍ଧାଙ୍ଗୁଷ୍ଠି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଲେଙ୍ଗୋନା ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଏବଂ ଦମନ ଅତ୍ୟାଚାରକୁ ଶ୍ରମିକ ନେତାମାନେ ସମାଲୋଚନା କରିଥିଲେ । ଇଫ୍‌ଟୁର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଇଫ୍‌ଟୁ ରାଜ୍ୟ କମିଟି ସଦସ୍ୟ ଏ. ଚୂଡ଼ାମଣି, ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାରଣା, ଆଉଟ୍‌ସୋର୍ସିଂ ପୌର କର୍ମଚାରୀ ସଂଘ ନେତା ରବି ସାହାଣୀ, ନିର୍ମାଣ ଶ୍ରମିକ ମହାସଂଘ ଜିଲା ସମ୍ପାଦକ କବିରାଜ ବେହେରା, ମାନ୍ନା ଟ୍ରଷ୍ଟ ଶ୍ରମିକ ସଂଘ ସମ୍ପାଦିକା ସରସ୍ବତୀ ନାହାକ ଓ ପି. ରତ୍ନାଲୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଲକ୍ଷ୍ମୀନୃସିଂହ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri