ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ମଲ୍ଲିବନ୍ଧ ଗ୍ରାମବାସୀ

ତାଳଚେର,୨୩।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ମଲ୍ଲିବନ୍ଧ ଗ୍ରାମବାସୀ ଖଣିରେ ନିଯୁକ୍ତି ଦାବିରେ ବୁଧବାର ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ହିଙ୍ଗୁଳା କୋଇଲା ଖଣିି କାର୍ଯ୍ୟ ସହ କୋଇଲା ପରିବହନ, ଉତ୍ତୋଳନ ବନ୍ଦ ରହିଛି। ବାରମ୍ବାର ଦାବି ଓ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଗ୍ରାମର ଜମିହରା କ୍ଷତିଗ୍ରସ୍ତମାନଙ୍କୁ କୌଣସି ସୁଫଳ ନ ମିଳିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।