ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲା ନିୟୋଜନ କାର୍ଯ୍ୟାଳୟର ତଥ୍ୟ ଉପରେ ଦୃଷ୍ଟି ପକାଇଲେ ନିରାଶ ହେବାକୁ ପଡ଼ିବ। ଗତ ୫ ବର୍ଷରେ ଜିଲାରେ ନିଯୁକ୍ତି ସମ୍ପର୍କିତ ଚିତ୍ର ନୈରାଶ୍ୟଜନକ। ୨୦୧୫ରେ ରାୟଗଡ଼ା ନିୟୋଜନ କାର୍ଯ୍ୟାଳୟରେ ୨୧୩୮ ଜଣ ଶିକ୍ଷିତ ଯୁବତୀଯୁବକ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ କେବଳ ୧୪୪ ଜଣଙ୍କୁ ନିଯୁକ୍ତି ମିଳିଥିଲା। ସେହିପରି ଗୁଣପୁର ଉପଖଣ୍ଡ ନିୟୋଜନ କାର୍ଯ୍ୟାଳୟରେ ୧୭୮୯ ଜଣ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ମାତ୍ର ୩ ଜଣ ନିଯୁକ୍ତି ସୁଯୋଗ ପାଇଥିଲେ। ୨୦୧୬ରେ ରାୟଗଡ଼ାରେ ୧୭୨୧ ଜଣ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୧୨୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣପୁରରେ ୧୨୬୫ ଜଣ ପଞ୍ଜୀକୃତ ହୋଇଥିବା ବେଳେ ୯୬ ଜଣ ନିଯୁକ୍ତି ପାଇଥିଲେ। ୨୦୧୭ରେ ୧୮୮୬ ଜଣ ରାୟଗଡ଼ା ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିବା ବେଳେ ୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣପୁରରେ ୧୬୬୫ ଜଣ ପଞ୍ଜୀକୃତ ହୋଇଥିଲେ ମଧ୍ୟ ମାତ୍ର ଜଣେ ନିଯୁକ୍ତି ପାଇଥିଲେ। ୨୦୧୮ରେ ରାୟଗଡ଼ାରେ ୧୭୨୧ ନୂତନ ଯୁବତୀ ଯୁବକ ନାମ ପଞ୍ଜୀକୃତ କରିଥିବା ବେଳେ ସେଥିରୁ ମାତ୍ର ୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣୁପୁରରେ ପଞ୍ଜୀକୃତ ୧୭୫୦ ଜଣଙ୍କ ମଧ୍ୟରୁ ୩ ଜଣ ଚାକିରି ପାଇଥିଲେ। ୨୦୧୯ରେ ରାୟଗଡ଼ାରେ ୧୪୫୮ ଓ ଗୁଣପୁରରେ ୧୩୯୮ ଜଣ ପଞ୍ଜୀକୃତଙ୍କ ମଧ୍ୟରୁ ଜଣଙ୍କୁ ବି ନିଯୁକ୍ତି ମିଳି ନ ଥିଲା। ଏହିପରି ଗତ ୫ ବର୍ଷରେ ଜିଲାରେ ସମୁଦାୟ ପଞ୍ଜୀକୃତ ୧୬୭୯୧ ଜଣଙ୍କ ମଧ୍ୟରୁ ମାତ୍ର ୪୧୩ ଜଣ ନିଯୁକ୍ତି ପାଇଛନ୍ତି। ହଜାର ହଜାର ଶିକ୍ଷତ ଯୁବତୀ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। ଅପାଠୁଆ ବେକାରଙ୍କ ତଥ୍ୟ କାହା ପାଖରେ ନାହିଁ। ଏଥିରୁ ଜିଲାରେ ନିଯୁକ୍ତି ହାର କେତେ ଉଦ୍‌ବେଗଜନକ, ତାହା ସ୍ପଷ୍ଟ। ସରକାରୀ ଓ ଘରୋଇ କ୍ଷେତ୍ରରେ ଚାକିରି ନାହିଁ। ବ୍ୟବସାୟ ପାଇଁ ମୂଳଧନ ନାହିଁ କି ବ୍ୟାଙ୍କ ଋଣ କିମ୍ବା ସରକାରୀ ଆର୍ଥତ୍କ ପ୍ରୋତ୍ସାହନ ମିଳୁନାହିଁ। ଉପାନ୍ତ ରାୟଗଡ଼ା ଜିଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ନିଯୁକ୍ତି ଚିତ୍ର ଅତ୍ୟନ୍ତ ଶୋଚନୀୟ। ତେଣୁ ଯୁବତୀ ଯୁବକ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଇ ଶୋଷଣର ଶିକାର ହେଉଛନ୍ତି, ନଚେତ୍‌ ଅପରାଧରେ ଲିପ୍ତ ରହୁଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉପରେ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri