ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବା ପରେ ବିଭାଗୀୟ ଯନ୍ତ୍ରୀ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଦାନରେ ମଙ୍ଗଳବାରଠାରୁ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ୨କିମି ବିଶିଷ୍ଟ ଉକ୍ତ ରାସ୍ତା ଲାଗି ବ୍ୟୟ ଅଟକଳ ରହିଛି ୧ କୋଟି ଟଙ୍କା। ପୁରୁଣା ବାଇସିଂହା ଗ୍ରାମ ନିକଟରେ କାମ ଚାଲିଥିବା ବେଳେ ଭାଗମାପ ଠିକ୍‌ ନ ଥିବା ନେଇ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ମିକ୍ସର ମେଶିନରେ ଗୋଳାଯାଉଥିବା ବାଲି, ଗୋଡି ଓ ସିମେଣ୍ଟ ଭାଗମାପ ଠିକ ନ ଥିବା ସମ୍ପର୍କିତ ଭିଡିଓ ଉତ୍ତୋଳନ କରି ଦେଖାଇଥିଲେ। ଠିକାସଂସ୍ଥା ପକ୍ଷରୁ ୧୦୦ ମିଟର କାମ ହୋଇଥିଲା। ପ୍ରତିବାଦ ପରେ ଏହାକୁ ବନ୍ଦ ରଖାଯାଇଛି।
ଏ ନେଇ ଯନ୍ତ୍ରୀ କୁହନ୍ତି, ୪ ଇଞ୍ଚ କଂକ୍ରିଟ ରାସ୍ତା ପରିବର୍ତ୍ତେ ୬ ଇଞ୍ଚର ରାସ୍ତା କରିବାକୁ ଗ୍ରାମବାସୀ କହୁଛନ୍ତି। ମଙ୍ଗଳବାର କାମ ଆରମ୍ଭ ବେଳେ ସେ ଉପସ୍ଥିତ ଥିଲେ। ବୁଧବାର ପହଞ୍ଚତ୍ବା ବେଳକୁ ସାମାନ୍ୟ ବିଳମ୍ବ ହୋଇଥିଲା। ଏହି ସମୟରେ କାମ ଏପଟ ସେପଟ ହୋଇଥାଇପାରେ। ଲୋକଙ୍କ ବିରୋଧ ପରେ କାମ ବନ୍ଦ କରାଯାଇଛି। ଆଗକୁ ଯେପରି ନିୟମ ଅନୁଯାୟୀ କାମ ହେବ ସେଥିଲାଗି ଦୃଷ୍ଟି ଦେବାକୁ ଠିକା ସଂସ୍ଥାକୁ କୁହାଯାଇଛି।
ରାସ୍ତାକାମ୍‌ ଠିକ୍‌ଭାବେ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସମିତିସଭ୍ୟ ଦୀପକ ମାହୁନ୍ତ, ପ୍ରଦୀପ ବେହେରା, ହାଡ଼ିବନ୍ଧୁ ବେହେରା, କାହ୍ନୁଚରଣ ବେହେରା, ଆର୍ତ୍ତ ରାଉଳ, ନାରାୟଣ ରାଉଳ, ଚକ୍ରଧର ବେହେରା, କାଳୀଚରଣ ବେହେରା, ଚିରଞ୍ଜିବୀ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri