Posted inଖେଳ

ନିମପୁର କୋଚିଂ କ୍ଲିନିକ୍‌ ୨୫ରୁ

କଟକ ଅଫିସ,୧୬ା୫:  ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଦେଶର ୨୦ଟି ସହରରେ କ୍ରିକେଟ କୋଚିଂ କ୍ଲିନିକ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ରୁ ୩୧ ପର୍ଯ୍ୟନ୍ତ ସ୍ଥାନୀୟ ନିମପୁର ଗ୍ରାଉଣ୍ଡରେ ଏହି କ୍ଲିନିକ ଆୟୋଜନ କରାଯିବ। ବୁଧବାର ଏ ନେଇ ନିମପୁର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏକାଡେମୀର ମୁଖ୍ୟ ଅପରେଟର ସୋହେଲ ରଫ୍‌ ଉପସ୍ଥିତ ରହି କ୍ରିକେଟ କୋଚିଂ କ୍ଲିନିକର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଅର୍କ ସ୍ପୋର୍ଟସର ଏକ ଅନୁଷ୍ଠାନ। ଧୋନୀଙ୍କ ବାଲ୍ୟବନ୍ଧୁ ମିହିର ଦିୱାକର ହେଉଛନ୍ତି ଅର୍କ ସ୍ପୋଟର୍‌ସର ପ୍ରତିଷ୍ଠାତା। ମିହିର ଭାରତୀୟ ୧୯ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଖେଳାଳି ମଧ୍ୟ ଥିଲେ। ଧୋନୀଙ୍କ ପରାମର୍ଶରେ ଉକ୍ତ ଏକାଡେମୀ ଚାଲିଛି। ନିମପୁରରେ ହେବାକୁ ଥିବା କ୍ରିକେଟ କୋଚିଂ କ୍ଲିନିକରେ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ଲେଭଲ-୩ କୋଚ୍‌ ସତ୍ୟଜିତ ଲହିରୀ ଓ ମନଦାର ଦଲିଭି ପ୍ରଶିକ୍ଷଣ ଦେବେ। ସତ୍ୟଜିତ ଓ ମନଦାର ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀର ମୁଖ୍ୟ କୋଚ୍‌। ୭ ଦିନର କ୍ଲିନିକ ନିମନ୍ତେ ୫ହଜାର ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ୨୨ବର୍ଷରୁ କମ୍‌ ବୟସର ଖେଳାଳିମାନେ କେବଳ ପ୍ରଶିକ୍ଷଣ ନେଇ ପାରିବେ। ଏକାଡେମୀ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ଜର୍ସି ଓ ଟୋପି ଦିଆଯିବ। ବିଭିନ୍ନ ବୟସ ବର୍ଗରେ ଅତ୍ୟାଧୁନିକ ଶୈଳୀରେ ଏଠାରେ ପ୍ରଶିକ୍ଷଣ ଦିଆଯିବ। ସମସ୍ତ ଟ୍ରେନିଂର ଭିଡ଼ିଓ ରେକର୍ଡିଂ କରାଯିବା ସହ ଭିଡ଼ିଓ ଆନାଲିସିସ ମାଧ୍ୟମରେ କେଉଁଠାରେ ତ୍ରୁଟି ରହୁଛି ତାହାକୁ ପ୍ରଥମେ ଠାବ କରାଯିବ ଏବଂ ସେହି ଅନୁସାରେ ଶିବିରାର୍ଥୀଙ୍କୁ ଶିକ୍ଷା ଦିଆଯିବ ବୋଲି ଏକାଡେମୀର ମୁଖ୍ୟ ଅପରେଟର ରଫ୍‌ କହିଛନ୍ତି। ଏହାଛଡ଼ା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ସ୍ବତନ୍ତ୍ର ଫିଜିକାଲ ଫିଟନେସ ଓ ଡାଏଟ ପ୍ଲାନ ଯୋଗାଇ ଦିଆଯିବ। ଶିବିର ସରିବା ପରେ ମଧ୍ୟ ଏହାକୁ କିପରି ଜାରି ରଖିବେ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ରଫ କହିଥିଲେ। ମୋବାଇଲରେ ଏକ ଆପ୍ଲିକେଶନ ମାଧ୍ୟମରେ ନାମପଞ୍ଜୀକରଣ କରି ପ୍ରଶିକ୍ଷଣ ନେଇଥିବା ଖେଳାଳିମାନଙ୍କ ସହ ଯୋଗାଯୋଗ ରକ୍ଷା କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏତଦବ୍ୟତୀତ ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଖେଳାଳି ଚୟନ କରାଯିବା ବେଳେ କ୍ରିକେଟ କୋଚିଂ କ୍ଲିନିକରେ ଭାଗ ନେଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ରଫ କହିଛନ୍ତି। ଏକାଡେମୀର ଓଡ଼ିଶା ମ୍ୟାନେଜର ବିଭୂ ଶତପଥୀ ଉପସ୍ଥିତ ରହି ଏହି କ୍ରିକେଟ କୋଚିଂ କ୍ଲିନିକ ଯୋଗୁ ରାଜ୍ୟରେ କ୍ରିକେଟ ପ୍ରତିଭା କିପରି ବିକଶିତ ହେବ ସେ ଦିଗରେ ଆଲୋକପାତ କରିଥିଲେ। ସୂଚନା ଥାଉକି, ଜୁନ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କ୍ରିକେଟ କୋଚିଂ କ୍ଲିନିକ ଭୁବନେଶ୍ୱରର ସିଭି ରମଣ ଇଞ୍ଜିନିୟରିଂ କଲେଜ ଗ୍ରାଉଣ୍ଡରେ ମଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri