Categories: ଜାତୀୟ

ନିଟ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜୀବନ ହାରିଲେ ୩ ଛାତ୍ରୀ

ନୂଆଦିଲ୍ଲୀ,୭।୬: ନିଟ୍‌ (NEET) ପରୀକ୍ଷାରେ ଅକୃତ କାର୍ଯ୍ୟ ହେବାରୁ ଏବେସୁଦ୍ଧା ୩ ଜଣ ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି। ଗୁରୁବାର ତାମିଲନାଡୁର ଭିଲୁପୁରମରେ ୧୮ ବର୍ଷୀୟା ଜଣେ ଯୁବତୀ ନିଜ ଘରେ ଫାଶି ଲଗାଇଥିବା ଜଣାପଡିଥିଲା। ବୁଧବାର ଏହି ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ତାମିଲନାଡୁରେ ଆଉ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ। ଦ୍ୱିତୀୟ ଥର ଲାଗି ସେ ଏଥିରେ ଅକୃତକାର୍ଯ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ତେବେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ଏଥିପାଇଁ କୋଚିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅକୃତକାର୍ଯ୍ୟ ହେବାରୁ ଜୀବନ ହାରୁଥିବା ଏବେ ଚିନ୍ତାର କାରଣ ପାଲଟିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share