Categories: ଫୁରସତ

ନିଜ ଭିତରେ ଏହିଭଳି ପରିବର୍ତ୍ତନ ଦେଖୁଥିବା ପୁରୁଷ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କର ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଏକୁଟିଆ ବଞ୍ଚତ୍ବା ସମ୍ଭବ ହୋଇ ନ ଥାଏ। ସେତେବେଳେ ଲୋଡ଼ାପଡ଼େ ଜଣେ ଜୀବନସାଥୀ। ଜୀବନରେ ଖାଲି ଏକ୍‌ଲାପଣ ନୁହେଁ ବରଂ ଗମ୍ଭୀରତା ଓ ଚିନ୍ତା ମଧ୍ୟ ଏକ ମୁଖ୍ୟ କାରଣ। ତେଣୁ ଜୀବନରେ ଏହିପରି ପରିବର୍ତ୍ତନ ଆସିଲେ ବିବାହ ସମ୍ପର୍କରେ ଚିନ୍ତା କରନ୍ତୁ।

ଟଙ୍କା ସଞ୍ଚୟ:
ଅବିବାହିତ ପୁରୁଷମାନେ ବିନା କୌଣସି ଚିନ୍ତାରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେମାନେ ଟଙ୍କା ପଇସାକୁ ନେଇ ଜମା ବି କଞ୍ଜୁସି କରି ନ ଥାନ୍ତି। ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଜମାକରି ରଖିଥାନ୍ତି। ଆଉ ଏହି ପରିବର୍ତ୍ତନ ହିଁ ବିବାହ କରିନେବାର ସଙ୍କେତ ଦେଇଥାଏ।

ପ୍ରେମ:
ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ ଜଣେ ସ୍ବତନ୍ତ୍ର ଲୋକ ଥାଉ, ଯାହାଙ୍କ ସହ ସେମାନେ ଜୀବନର ସୁଖଦୁଃଖ ବାଣ୍ଟିପାରିବେ। ତେଣୁ ଏହି ଏକ୍‌ଲାପଣ ଦୂର କରିବାକୁ ଜୀବନସାଥୀଟିଏ ଦରକାର।

ଯଦି ଡେଟ୍‌ରେ ଯାଉଛନ୍ତି:
ଯଦି ଆପଣ ବାରମ୍ବାର ଡେଟ୍‌ରେ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଜଣଙ୍କର ଆବଶ୍ୟକତା ରହିଛି, ଯାହା ବିବାହ ପରେ ପୂରା ହୋଇପାରିବ।

Share