Categories: ଜାତୀୟ

ନିଜ ପଦରୁ ଇସ୍ତଫା ଦେଲେ ମଣିପୁରର ୧୨ କଂଗ୍ରେସ ବିଧାୟକ

ଇମ୍ଫାଲ,୩୦।୫: ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଛି। ମଣିପୁର ବିଧାନସଭାର ୧୨ ଜଣ ବିଧାୟକ ଗୁରୁବାର ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍‌ପିସିସି)ରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଏମାନେ ଦଳ ତ୍ୟାଗ କରି ନ ଥିବା କହିଛନ୍ତି, ବରଂ ତ୍ରୁଣମୂଳ ସ୍ତରରୁ ଏମାନେ କାମ ଆରମ୍ଭ କରିବେ ବୋଲି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ଏହା ଦଳକୁ ଏକ ପ୍ରକାର ଧକ୍କା ଲାଗିଛି ବୋଲି କହିଛନ୍ତି ଏମ୍‌ପିସିସି ଅଧ୍ୟକ୍ଷ ଜି.ଗଇଖାଙ୍ଗମ।

Share