Categories: ଜାତୀୟ

ନିଜ ନୀତି ଆଦର୍ଶ ଭୁଲିଛନ୍ତି ସିନ୍ଧିଆ: ରାହୁଲ

ନୂଆଦିଲ୍ଲୀ,୧୩।୩(ପି.ଟି.): ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବାରୁ ସେ ନିଜର ନୀତି ଆଦର୍ଶକୁ ଭୁଲିଯାଇଛନ୍ତି। ସେହି କାରଣରୁ ସେ ଭାଜପାରେ ସମ୍ମାନ ପାଇବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି। କଂଗ୍ରେସ ସହ ଦୀର୍ଘଦିନର ସମ୍ପର୍କ ତୁଟାଇ ଭାଜପାରେ ଯୋଗଦେବା ପରେ ସିନ୍ଧିଆ ଯାହା କହୁଛନ୍ତି, ତାହା ତାଙ୍କ ହୃଦୟର କଥା ନୁହେଁ ବୋଲି ରାହୁଲ କହିଛନ୍ତି। ବୁଧବାର ସିନ୍ଧିଆ ଭାଜପାରେ ଯୋଗଦେବାର ତିନିଘଣ୍ଟା ପରେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି।

Share