Posted inଜାତୀୟ

ଭାରତରେ ବଢ଼ିଚାଲିଛି ସଂକ୍ରମଣ: ନିଜ ନାଗରିକଙ୍କୁ ଫେରାଇନେବ ଚାଇନା

ନୂଆଦିଲ୍ଲୀ,୨୫ା୫-ଭାରତ-ଚାଇନା ସୀମାରେ ଗତ କିଛିଦିନ ହେଲା ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଥିଲେ ହେଁ ସମାଧାନର ସୂତ୍ର ବାହାରିପାରିନାହିଁ। ଏଭଳି ସ୍ଥିତିରେ ଭାରତରେ ଥିବା ଏହାର ନାଗରିକଙ୍କୁ ଫେରାଇ ନେବା ଲାଗି ଯୋଜନା କରିଛି ବେଜିଂ। ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ନିଜ ନାଗରିକଙ୍କୁ ଫେରାଇନେବାକୁ ଚାହୁଁଥିବା ନୂଆଦିଲ୍ଲୀସ୍ଥିତ ଚାଇନା ଦୂତାବାସ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭାରତରେ ଅଟକି ରହିଥିବା ଛାତ୍ରୀଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀ ସ୍ବତନ୍ତ୍ର ବିମାନ ଯୋଗେ ଚାଇନା ଫେରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନେ ଫେରିବାକୁ ଚାହୁଁଛନ୍ତି, ସେମାନେ ୨୭ ତାରିଖ ସକାଳ ସୁଦ୍ଧା ନାମ ପଞ୍ଜୀକରଣ କରିବା ଲାଗି ବେଜିଂ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରିକି ଭାରତରେ ଯୋଗ ଅଭ୍ୟାସ କରୁଥିବା ଓ ବୌଦ୍ଧଧର୍ମ ତୀର୍ଥଯାତ୍ରାରେ ଆସିଥିବା ଚାଇନା ନାଗରିକଙ୍କୁ ଫେରିଯିବା ଲାଗି କୁହାଯାଇଛି। ଭାରତ ସର୍ବାଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ସ୍ଥାନ ପାଇବା ସହ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧.୪୦ ଲକ୍ଷ ହେଲାଣି। ତେଣୁ ସେଠାରେ ଅସୁବିଧାରେ ପଡ଼ି ଅଟକି ରହିଥିବା ନାଗରିକଙ୍କୁ ଫେରାଇନେବାକୁ ଚାଇନା ଆଗ୍ରହ ପ୍ରକାଶ କରିଛି। ଫେରିବାକୁ ଚାହୁଁଥିବା ନାଗରିକଙ୍କ କ୍ୱାରାଣ୍ଟାଇନ ଓ ଅନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଅସୁବିଧାରେ ଥାଇ ଶୀଘ୍ର ଫେରିବାକୁ ଚାହୁଥିବା ଛାତ୍ର, ପର୍ଯ୍ୟଟକ ଓ ସାମୟିକ ବ୍ୟବସାୟୀଙ୍କୁ ଭାରତରେ ଥିବା ଚାଇନା ଦୂତାବାସ ଓ ବାଣିଜି୍ୟକ ଦୂତାବାସ ସହାୟତା କରିବ ବୋଲି ନୋଟିସ୍‌ରେ କୁହାଯାଇଛି।
ଅନ୍ୟପକ୍ଷରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଉଭୟ ପକ୍ଷ ସୈନ୍ୟ ମୁହଁାମୁହିଁ ହେବା ଫଳରେ ସୀମାରେ ଉତ୍ତେଜନା ଲାଗି ରହିଛି। ଏହାକୁ ହ୍ରାସ କରିବା ସକାଶେ ଦୁଇ ପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏବଂ ଭାରତୀୟ ସେନା ମଧ୍ୟରେ ଏକାଧିକ ବୈଠକ ବସିଲାଣି। ତେବେ ସୋମବାର ସୁଦ୍ଧା ସମାଧାନର ପନ୍ଥା ବାହାରିପାରି ନ ଥିବା ଏକ ସୂତ୍ରରୁ ଜଣାପଡିଛି। ଅଧିକ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବାର ଯୋଜନା ରହିଛି। ୫ ଥର ଆଲୋଚନା ସତ୍ତ୍ୱେ ସମାଧାନ ସୂତ୍ର ବାହାରିପାରି ନ ଥିବା ଜଣେ ଉଚ୍ଚପଦସ୍ଥ ସେନା ଅଧିକାରୀ କହିଛନ୍ତି। ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଭାରତ ନିର୍ମାଣ କାର୍ଯ୍ୟ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି। ଉଭୟ ପକ୍ଷ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇଛନ୍ତି। ଗତ ୫ ତାରିଖରୁ ଚାରିଟି ସ୍ଥାନରେ ଉଭୟ ପକ୍ଷର ୧୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ପୂର୍ବ ଲଦାଖର ପଙ୍ଗଓଙ୍ଗ ସୋ ସେକ୍ଟର ଏବଂ ଗଲଓ୍ବନ ଉପତ୍ୟକା ଅଞ୍ଚଳରେ ଚାଇନା ଅଧିକ ସୈନ୍ୟ ମୁତୟନ କରିଥିବାରୁ ଭାରତୀୟ ସେନା ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହା ବ୍ୟତୀତ ଲଦାଖର ଟ୍ରିଗ୍‌ ହାଇଟ୍ସ, ଡେମ୍‌ଚୋକ ଏବଂ ଚୁମାର ଅଞ୍ଚଳରେ ମଧ୍ୟ ଉତ୍ତେଜନା ଲାଗି ରହିଛି।
ଗତ ୫ ତାରିଖରେ ଭାରତ ଓ ଚାଇନାର ପାଖାପାଖି ୨୫୦ ଯବାନ ମୁହାଁମୁହିଁ ହେବା ପରେ ପୂର୍ବ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଧସ୍ତାଧସ୍ତି ବେଳେ ଉଭୟ ପାର୍ଶ୍ୱର ଶତାଧିକ ଯବାନ ଆହତ ହୋଇଥିଲେ। ପଙ୍ଗଓଙ୍ଗ ସୋ ହ୍ରଦ ଅଞ୍ଚଳରେ ଭାରତୀୟ ଯବାନଙ୍କ ପାଟ୍ରୋଲିଂକୁ ଅନେକ ଥର ଅଟକାଇଲାଣି ଚାଇନା। ଉତ୍ତେଜନା ବଢ଼ୁଥିବାବେଳେ ଭାରତୀୟ ସେନାମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗତ ଶୁକ୍ରବାର ଲେହର ୧୪ କର୍ପସ ମୁଖ୍ୟାଳୟ ଗସ୍ତକରି ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ। ସ୍ଥିତିକୁ ଦେଖି ଭାରତ ମଧ୍ୟ ଉଭୟ ପଙ୍ଗଓଙ୍ଗ ସୋ ହ୍ରଦ ଏବଂ ଗଲଓ୍ବାନ ଉପତ୍ୟକା ଅଞ୍ଚଳରେ ସେନା ଉପସ୍ଥିତି ବଢ଼ାଇଛି। ଏହାବ୍ୟତୀତ ଡେମ୍‌ଚୋକ, ଦୌଲତ ବେଗ୍‌ ଓଲ୍‌ଡି ସମେତ ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳରେ ଭାରତୀୟ ସେନା ପାଟ୍ରୋଲିଂକୁ ଜୋର୍‌ଦାର କରିଛନ୍ତି। ଅନ୍ୟପକ୍ଷରେ ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୧୦୦ ଟେଣ୍ଟ ପକାଇବା ସହ ବଙ୍କର ନିର୍ମାଣ ଲାଗି ଓଜନଦାର ଉପକରଣ ଠୁଳ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri