ନିଜ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ପ୍ରଦର୍ଶନକୁ ଭୁଲିଲା ଆମେରିକା: ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କଲା

ଓ୍ବାଶିଂଟନ, ୧୧।୬: ଆମେରିକାର ପରାମର୍ଶ ଦେବା ପଣିଆ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦେଶରେ ବର୍ଣ୍ଣବୈଷମ୍ୟ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ଏହି ସମସ୍ୟାକୁ ଅଣଦେଖା କରି ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ଶୀର୍ଷ ଅଧିକାରୀ ସାମୁଏଲ୍‌ ବ୍ରାଉନ୍‌ବେକ୍‌ କହିଛନ୍ତି ଯେ, ଭାରତରେ ଧର୍ମ ସହିଷ୍ଣୁତା ରହିଛି, ତେବେ ଦେଶରେ ଧାର୍ମିକ ସ୍ବାଧୀନତା ଚିନ୍ତା ଜନକ ରହିଥିବା ସେ ଟିପ୍ପଣୀ ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ସମୟରେ ବ୍ରାଉନ୍‌ବେକ୍‌ ଏଭଳି କହିଛନ୍ତି। ବୁଧବାର ୨୦୧୯ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରିପୋର୍ଟ ପ୍ରକାଶ ପାଇବା ପରେ ବ୍ରାଉନ୍‌ବେକ୍‌ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।

Share