Categories: ଖେଳ

ନିଜ ଗୁରୁଙ୍କୁ ଦାମୀ ଉପହାର ଦେଇଛନ୍ତି ଏହିସବୁ କ୍ରିକେଟର୍‌

ସାରା ଦେଶରେ ଆଜି ଗୁରୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରିବା ସହ ବିଭିନ୍ନ ଦାମୀ ଉପହାରମାନ ଦେଉଛନ୍ତି। କ୍ରିକେଟରମାନେ ମଧ୍ୟ ନିଜ ଗୁରୁଙ୍କୁ ଦାମୀ ଉପହାର ଦେଉଥିବା ଲକ୍ଷ୍ୟ କରାଯାଇଛି।

ସଚିନ ତେନ୍ଦୁଲକର
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଛନ୍ତି। ହେଲେ ଏତେ ସଫଳତା, ମର୍ଯ୍ୟାଦାର ଅଧିକାରୀ ହୋଇ ବି ଭୁଲି ନାହାନ୍ତି ନିଜ ଗୁରୁଙ୍କୁ। ସେ ଏବେବି ଭାବନ୍ତି ଗୁରୁଙ୍କ ବିନା ତାଙ୍କର ଗତି ନ ଥିଲା। ପ୍ରତିବର୍ଷ ଗୁରୁ ପୂର୍ଣ୍ଣିମାରେ ସେ ନିଜ କୋଚ ରମାକାନ୍ତ ଆଚରେକରଙ୍କ ଘରକୁ ଯାଇ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଉଥିଲେ। ସଚିନଙ୍କ ଭାରତ ରତ୍ନ ମିଳିବା ପରେ ସେ ମେଡାଲକୁ ନେଇ କୋଚଙ୍କ ପାଖକୁ ଯାଇଥିଲେ।

ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପିଲାଦିନର କୋଚ ରାଜକୁମାର ଶର୍ମାଙ୍କୁ ୨୦୧୪ରେ ଏକ ସ୍କୋଡା କାର୍‌ ଉପହାର ଦେଇଥିଲେ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ ପିଲାଦିନର କୋଚ କେଶବ ବାନାର୍ଜି ଏକ ଉପହାର ଦେବାକୁ କହିଥିଲେ। ଉପହାରଟି ହେଉଛି ବିଶ୍ୱକପ୍‌ ବିଜୟୀ ହେବା। ୨୦୧୧ରେ ଧୋନୀ ଆଇସିସି ବିଶ୍ୱକପ୍‌ ଜିତି ତାଙ୍କ କୋଚଙ୍କୁ ଉପହାର ଦେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ କୋଚ ଜିତେନ୍ଦ୍ର ସିଂଙ୍କୁ ଗୁରୁଦକ୍ଷିଣା ସ୍ବରୂପ ଏକ କାର୍‌ ଉପହାର ଦେଇଥିଲେ। ୨୦୧୬ରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରି ହାର୍ଦ୍ଦିକ ଜିତେନ୍ଦ୍ରଙ୍କ କ୍ରିକେଟ ଏକାଡେମୀକୁ ଯାଇ ସେଠାରେ ତାଙ୍କୁ ଏହି ଉପହାର ଦେଇଥିଲେ।

Share