Categories: ଜାତୀୟ

ନିଜ ଅପାରଗତା ପାଇଁ ହାରିଲି ରାଜ ବବର୍‌

ଲକ୍ଷ୍ନୌ, ୨୪।୫: ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର। ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ରାଜ ୫ ଲକ୍ଷ ଭୋଟ ବ୍ୟବଧାନରେ ଭାଜପାର ରାଜ କୁମାର ଚହରଙ୍କଠାରୁ ପରାସ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଥିବା ରାଜ ବବର ପରାଜୟ ପାଇଁ ସେ ନିଜର ଅପାରଗତାକୁ ଦାୟୀ କରିଛନ୍ତି। ଏହାସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି।

Share