ନିଜ ଅଞ୍ଚଳକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ପାପଡାହାଣ୍ଡି,୫।୪(ଡି.ଏନ.ଏ.): କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଏଥିପାଇଁ ଆଗେଇ ଆସିଛନ୍ତି ସହରର କେତେକ ଯୁବଗୋଷ୍ଠୀ। ହାତରେ ବ୍ଲିଚିଂ ପାଉଡର ଓ ସ୍ପ୍ରେୟର ଧରି ସେମାନେ ଗାଁ ପରିମଳକୁ ନିଜେ ପରିଷ୍କାର କରିଛନ୍ତି। ସହରର ମୁଖ୍ୟରାସ୍ତା ସହ ଉଭୟ ପାର୍ଶ୍ୱରେ ଥିବା ନାଳରେ ବ୍ଲିଚିଂ ଓ ଫିନାଇଲ ପାଣି ସିଞ୍ଚନ କରାଯାଇଥିଲା। ସାହିଗୁଡିକରେ ଥିବା ଜନଗହଳି ଅଂଚଳରେ ସାନିଟାଇଜେସନ ହୋଇଛି। ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଯୁବକମାନେ ସାନିଟାଇଜେସନ କରିଥିଲେ।