ନିଜ୍ଜାମୁଦ୍ଦୀନ ଫେରନ୍ତା ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ୧୦୪ କୁ ତୁରନ୍ତ କଲ୍ କରନ୍ତୁ, ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ

ଭୁବନେଶ୍ୱର, ୪। ୪(ବ୍ୟୁରୋ ): କରୋନା ମହାମାରୀ ସହ ମୁକାବିଲା କରିବାକୁ ହେଲେ ସଚେତନ ହେବା ଜରୁରୀ l ଏହାର ସଂକ୍ରମଣ କୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି । ଏହି କ୍ରମରେ ଦିଲ୍ଲୀ ନିଜାମୁଦିନ ସଭାରୁ ଫେରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଶନିବାର ଅନୁରୋଧ କରି ତୁରନ୍ତ ୧୦୪ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ମାନିବାକୁ କହିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ, ଡରନ୍ତୁ ନାହିଁ l ବିଳମ୍ବ କଲେ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ବିପଦରେ ପକାଇବ । ମାଆମାନେ ନିଜ ପରିବାର ଓ ପିଲାମାନ ଙ୍କ ଭଲ ପାଇଁ ସହଯୋଗ କରନ୍ତୁ । କରୋନା ମାନବ ଜାତିର ସବୁଠାରୁ ବଡ ଶତ୍ରୁ। ଏହାକୁ ହରାଇବାକୁ ସହଯୋଗ କରନ୍ତୁ l ଫଳରେ ନିଜ ପରିବାର ଓ ମାନବ ଜାତିର ମଙ୍ଗଳ ହେବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି ।