ନିଜାମୁଦ୍ଦିନ ଯାଇଥିବା ଲୋକେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ: ଡିଏମ୍‌ଇଟି

ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାରୁ ଫେରିଥିବା ଲୋକଙ୍କୁ ଅନୁଧ୍ୟାନ କରାଯାଉଛି। ତେବେ ଏହା ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଛି। ଏଣୁ ନିଜର ପରୀକ୍ଷା କରାଇ ନିଅନ୍ତୁ। ଏପରିକି ଲୋକମାନେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଗୁରୁବାର ଡିଏମ୍‌ଇଟି ସି ବି କେ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ପ୍ରକାଶ ଯେ, ଉକ୍ତ ଧର୍ମସଭାରେ ଯୋଗଦେଇ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୬ଜଣ ବିଦେଶୀଙ୍କ ସମେତ ୨୦ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୫ଜଣଙ୍କ ନମୂନା ନେଗେଟିଭ୍‌ ଆସିଥିବା ବେଳେ ୫ଜଣଙ୍କ ରିପୋର୍ଟ ହସ୍ତଗତ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।