Categories: ଖେଳ

ନିଜକୁ ଫିଟ୍‌ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି

ସାଉଥାମ୍ପଟନ୍‌, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳୁଥିବା ସାମି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଗତ ବର୍ଷେ ହେବ ସାମି ନିଜ ଖେଳରେ ଜବରଦସ୍ତ ପରିବର୍ତ୍ତନ ଆଣି ସଫଳତା ପାଇଛନ୍ତି। ଭଲ ଫିଟନେସ୍‌ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ ଦଳର ଫିଟନେସ୍‌ ଟ୍ରେନର ଶଙ୍କର ବାସୁ କହିଛନ୍ତି, ସାମି ସପ୍ତାହରେ ଥରେ ଉପବାସ ରଖନ୍ତି। ଶରୀରକୁ ଫିଟ୍‌ ରଖିବା ପାଇଁ ସେ ବିରିୟାନୀ ଖାଇବା ଛାଡିଦେଇଛନ୍ତି। ଆମିଷ ଖାଇବାକୁ ସେ ପସନ୍ଦ କରୁଥିଲେ ମଧ୍ୟ ଜଙ୍କ୍‌ ଫୁଡ୍‌ଠାରୁ ସେ ନିଜକୁ ଦୂରେଇ ରଖିଛନ୍ତି। ସେଥିପାଇଁ ସେ ନିଜ ଶରୀରକୁ ଫିଟ୍‌ ରଖିପାରିଛନ୍ତି। ସାମିଙ୍କ କୋଚ ବଦରୁଦ୍ଦିନ ସିଦ୍ଦି କହିଛନ୍ତି, ସାମି ନିଜକୁ ଫିଟ୍‌ ରଖିବାକୁ କଠିନ ପରିଶ୍ରମ କରୁଛନ୍ତି। ଖାଲି ପାଦରେ ସକାଳେ ସନ୍ଧ୍ୟାରେ ଦୁଇଘଣ୍ଟା ଦୌଡନ୍ତି ବୋଲି ସେ କହିଛନ୍ତି।

Share