ନିଗମ ବୋଧ ଘାଟରେ ରାତିସାରା ହେବ ଅନ୍ତିମ ସଂସ୍କାର !

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବିପଦଜନ୍ନକ ହେବାରେ ଲାଗିଛି। ଏଥିରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିିଛି। ତେବେ କରୋନାଜନିତ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦେଖି ଦିଲ୍ଲୀ ନଗର ନିଗକ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଶବଦାହ ପାଇଁ ନିଗମ ବୋଧ ଘାଟ(ଶ୍ମଶାନ) ରାତିସାରା ଖୋଲାରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାତି ୧୦ଟା ପର୍ଯ୍ୟନ୍ତ ସିଏନ୍‌ଜିରେ ଏବଂ ବିଳମ୍ବିତ ରାତିରେ କାଠ ସାହାଯ୍ୟରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ହେଲେ ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସାନିଟାଇଜେଶନ୍‌ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ପରିବାରବର୍ଗ ଓ କର୍ମଚାରୀଙ୍କ ପାଇଁ ପିପିଇ ସୁଟ୍‌ ପିନ୍ଧିବା ବାଧ୍ୟତାମୂଳକ ରହିବ। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩୫କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଲଗାତର ଖରାପ ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଗମ ବୋଧ ଘାଟ ପରିଦର୍ଶନ କରିବା ପରେ ନିଗମର ଜଣେ ଅଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Share