ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି/ଖଇରପୁଟ,୧୯।୮(ଡି.ଏନ୍‌.ଏ.): ଚାଷଜମିକୁ ଯାଇ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁ୍‌ଡ଼ା ଗ୍ରାମର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନିଦିନ ପରେ ସୋମବାର ଉଦ୍ଧାର ହୋଇଛିା
ସେହେଲେ ମଙ୍ଗଳା ପୁଜାରୀ
ସୂଚନାଯୋଗ୍ୟ, ମଙ୍ଗଳା ତିନିଦିନ ପୂର୍ବରୁ ଜମି ଚାଷ କରିବାକୁ ଯାଇ ଘରକୁ ଫେରି ନ ଥିଲୋ । ତେବେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଖବର ମିଳି ନ ଥିଲା। ତିନିଦିନ ପରେ ସୋମବାର ଝରିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳାଙ୍କୁ କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଓ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ମଙ୍ଗଳାଙ୍କ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି।