ନିକ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି

ମୁମ୍ବାଇ: ସୋସିଆଲ ମିଡିଆରେ ଆଉ କାହାର ପ୍ରୋଫାଇଲ୍‌ ଚେକ୍‌ କରିବା ଅଭ୍ୟାସ ଆମ ସମସ୍ତଙ୍କର ରହିଛି। ଆପଣଙ୍କୁ ମଧ୍ୟ କେହି ଜଣେ ଭଲ ଲାଗିଲେ, କାହାକୁ ନ ଜଣାଇ, ଚୁପ୍‌ଚାପ୍‌ ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ତଥା ଟୁଇଟରରେ ଆପଣ ତାଙ୍କୁ ସର୍ଚ୍ଚ କରିଥିବେ ନିଶ୍ଚୟ। ତେବେ ଆପଣ ଏକମାତ୍ର ବ୍ୟକ୍ତି ଯିଏ ଏଭଳି କରୁଛନ୍ତି ବୋଲି ଭାବୁଛନ୍ତି କି? ତା’ହେଲେ ଭୁଲ ବୁଝିଛନ୍ତି। ଏପରି କି ବି-ଟାଉନ୍‌ ହିରୋଇନ୍‌ମାନେ ମଧ୍ୟ ଏହିଭଳି କାମ କରିଥାନ୍ତି। ହଁ, ଆମେ କହୁଛୁ ବଲିଉଡ୍‌ ଭର୍ସାଟାଇଲ୍‌ ହିରୋଇନ୍‌ ଭୂମି ପାଡନେକର୍‌ଙ୍କ କଥା। ସୋସିଆଲ ମିିଡିଆରେ ଭୂମି ମଧ୍ୟ ନିଜ ମନ ପସନ୍ଦର ବ୍ୟକ୍ତିତ୍ୱଙ୍କୁ ସର୍ଚ୍ଚ କରିଥାନ୍ତି। ତାଙ୍କ ପ୍ରୋଫାଇଲ୍‌ ଚେକ୍‌ କରିଥାନ୍ତି । ଆଉ ତାଙ୍କ ଅପ୍‌ଡେଟ୍ସ ଦେଖି ଖୁସି ମଧ୍ୟ ହୋଇଥାନ୍ତି। ଏବେ ଆପଣ ଭାବୁଥିବେ, ସୁନ୍ଦରୀ ଭୂମି ପୁଣି କାହାର ସୋସିଆଲ ମିଡିଆ ପ୍ରୋଫାଇଲ ଦେଖି ଖୁସି ହେଉଛନ୍ତି?
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନସ୍‌ଙ୍କୁ ଭୂମି ସୋସିଆଲ୍‌ ମିଡିଆରେ ଫଲୋ କରନ୍ତି। ନିକଟରେ ସେ ଏନେଇ ଖୁଲାସା କରିଛନ୍ତି। ପୂର୍ବରୁ ମଧ୍ୟ ଏକ ଚାଟ୍‌-ଶୋ’ରେ ଭୂମି କହିଥିଲେ, ଯଦି ତାଙ୍କୁ ଆଉ କାହାର ସ୍ବାମୀ ବା ବୟଫ୍ରେଣ୍ଡଙ୍କୁ ଡେଟ୍‌ କରିବାକୁ ହୁଏ, ତେବେ ସେ ନିକ୍‌ଙ୍କୁ ହିଁ ଡେଟ୍‌ କରିବେ। ନିକ୍‌ ଜଣେ ୟୁଥ୍‌-ସେନ୍‌ସେଶନ୍‌ ଏବଂ ଖୁବ୍‌ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇଥିବାରୁ ମୋତେ ଭଲଲାଗନ୍ତି ବୋଲି ଭୂମି କହିଥିଲେ। ଭୂମିଙ୍କ ଏହି ପୁରୁଣା ଭିଡିଓକୁ ନେଇ ଆଜିକାଲି ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଫ୍ରାଇଡେ-ବକ୍ସରେ ଭୂମି ପାଡନେକର, କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ବଲିଉଡ୍‌ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’ ରିଲିଜ୍‌ ହୋଇଯାଇଛି। ସବୁଥର ଭଳି ଏହି ଫିଲ୍ମରେ ମଧ୍ୟ ଭୂମିଙ୍କ ଅଭିନୟକୁ
ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ।

Share