ନିକ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି

ମୁମ୍ବାଇ: ସୋସିଆଲ ମିଡିଆରେ ଆଉ କାହାର ପ୍ରୋଫାଇଲ୍‌ ଚେକ୍‌ କରିବା ଅଭ୍ୟାସ ଆମ ସମସ୍ତଙ୍କର ରହିଛି। ଆପଣଙ୍କୁ ମଧ୍ୟ କେହି ଜଣେ ଭଲ ଲାଗିଲେ, କାହାକୁ ନ ଜଣାଇ, ଚୁପ୍‌ଚାପ୍‌ ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ତଥା ଟୁଇଟରରେ ଆପଣ ତାଙ୍କୁ ସର୍ଚ୍ଚ କରିଥିବେ ନିଶ୍ଚୟ। ତେବେ ଆପଣ ଏକମାତ୍ର ବ୍ୟକ୍ତି ଯିଏ ଏଭଳି କରୁଛନ୍ତି ବୋଲି ଭାବୁଛନ୍ତି କି? ତା’ହେଲେ ଭୁଲ ବୁଝିଛନ୍ତି। ଏପରି କି ବି-ଟାଉନ୍‌ ହିରୋଇନ୍‌ମାନେ ମଧ୍ୟ ଏହିଭଳି କାମ କରିଥାନ୍ତି। ହଁ, ଆମେ କହୁଛୁ ବଲିଉଡ୍‌ ଭର୍ସାଟାଇଲ୍‌ ହିରୋଇନ୍‌ ଭୂମି ପାଡନେକର୍‌ଙ୍କ କଥା। ସୋସିଆଲ ମିିଡିଆରେ ଭୂମି ମଧ୍ୟ ନିଜ ମନ ପସନ୍ଦର ବ୍ୟକ୍ତିତ୍ୱଙ୍କୁ ସର୍ଚ୍ଚ କରିଥାନ୍ତି। ତାଙ୍କ ପ୍ରୋଫାଇଲ୍‌ ଚେକ୍‌ କରିଥାନ୍ତି । ଆଉ ତାଙ୍କ ଅପ୍‌ଡେଟ୍ସ ଦେଖି ଖୁସି ମଧ୍ୟ ହୋଇଥାନ୍ତି। ଏବେ ଆପଣ ଭାବୁଥିବେ, ସୁନ୍ଦରୀ ଭୂମି ପୁଣି କାହାର ସୋସିଆଲ ମିଡିଆ ପ୍ରୋଫାଇଲ ଦେଖି ଖୁସି ହେଉଛନ୍ତି?
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନସ୍‌ଙ୍କୁ ଭୂମି ସୋସିଆଲ୍‌ ମିଡିଆରେ ଫଲୋ କରନ୍ତି। ନିକଟରେ ସେ ଏନେଇ ଖୁଲାସା କରିଛନ୍ତି। ପୂର୍ବରୁ ମଧ୍ୟ ଏକ ଚାଟ୍‌-ଶୋ’ରେ ଭୂମି କହିଥିଲେ, ଯଦି ତାଙ୍କୁ ଆଉ କାହାର ସ୍ବାମୀ ବା ବୟଫ୍ରେଣ୍ଡଙ୍କୁ ଡେଟ୍‌ କରିବାକୁ ହୁଏ, ତେବେ ସେ ନିକ୍‌ଙ୍କୁ ହିଁ ଡେଟ୍‌ କରିବେ। ନିକ୍‌ ଜଣେ ୟୁଥ୍‌-ସେନ୍‌ସେଶନ୍‌ ଏବଂ ଖୁବ୍‌ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇଥିବାରୁ ମୋତେ ଭଲଲାଗନ୍ତି ବୋଲି ଭୂମି କହିଥିଲେ। ଭୂମିଙ୍କ ଏହି ପୁରୁଣା ଭିଡିଓକୁ ନେଇ ଆଜିକାଲି ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଫ୍ରାଇଡେ-ବକ୍ସରେ ଭୂମି ପାଡନେକର, କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ବଲିଉଡ୍‌ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’ ରିଲିଜ୍‌ ହୋଇଯାଇଛି। ସବୁଥର ଭଳି ଏହି ଫିଲ୍ମରେ ମଧ୍ୟ ଭୂମିଙ୍କ ଅଭିନୟକୁ
ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri