ନିଆରା ରଜ ପାଇଁ ସଜବାଜ: ଅନ୍‌ଲାଇନରେ ହେବ ରଜ ମହୋତ୍ସବ

ଭୁବନେଶ୍ୱର,୧୨। ୬(ବ୍ୟୁରୋ): କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ। ନା ହେବ ଦୋଳିଖେଳ ନା ଜମିବ ରଜଖଟି। ଶଟ୍‌ଡାଉନ୍‌ ଓ ଅନ୍‌ଲକ୍‌ ମଧ୍ୟରେ ରଜ ମଉଜ କିପରି ହେବ ସେନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା। ଓଡ଼ିଆଙ୍କ ଏହି ୩ଦିନିଆ ପର୍ବର ପହିଲି ରଜ ରବିବାର ଶଟଡାଉନରେ ପଡ଼ୁଛି। କରୋନା ଲାଗି ଏଥର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋଳିଖେଳର ଆୟୋଜନ କରାଯିବନି କି ରଜ ଫିଲ୍ମ ରିଲିଜ ହେବନି। ସେହିଭଳି ପାର୍କ, ସପିଂମଲ୍‌, ମଣ୍ଡପ, ପର୍ଯ୍ୟଟନସ୍ଥଳୀ ସବୁକିଛି ବନ୍ଦରହିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ହେଲେ ଏସବୁ କଟକଣା ସତ୍ତ୍ୱେ ସରକାରଙ୍କ ସମସ୍ତ ନିୟମ ଓ ପରାମର୍ଶ ମାନି ଓଡ଼ିଆଙ୍କ ଏହି ଗଣପର୍ବକୁ କିଭଳି ପାଳନ କରିହେବ ଓ ରଜ ପିଠା, ମିଠାର ମଜା ନେଇହେବ ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏକାଠି ହୋଇଛନ୍ତି। ଘରେ ରହି ସୁରକ୍ଷିତ ରହି ରଜପର୍ବକୁ ପାଳନ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି।
ଅନ୍‌ଲାଇନରେ ହେବ ରଜ ମହୋତ୍ସବ। ରଜପିଠା ଓ ଗୀତନାଚର ଆସର ବି ଜମିବ। କୋଭିଡ୍‌-୧୯ ଲାଗି ପ୍ରଥମଥର ପାଇଁ ଭର୍ଚୁଆଲ ରଜର ଆୟୋଜନ କରାଯିବ। ପୂର୍ବରୁ ଦୋଳିଖେଳ ସହ ରଜ ମହୋତ୍ସବର ଆୟୋଜନ କରୁଥିବା ଅନୁଷ୍ଠାନ ଓ ସଂସ୍ଥାମାନେ ଏଥର ବିଭିନ୍ନ ଅନ୍‌ଲାଇନ୍‌ ରଜ ପ୍ରତିଯୋଗିତା ଆୟୋଜନ କରିବେ, ଯେଉଁଥିରେ ରଜ ଲୁକ୍‌ ଓ ରଜ କୁଇନ୍‌ ପ୍ରତିଯୋଗିତାରୁ ଆରମ୍ଭକରି ସ୍ବତନ୍ତ୍ର କୋଭିଡ୍‌-୧୯ ପ୍ରତିଯୋଗିତା ରହିବ। ନିକଟରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନରେ ସମଗ୍ର ଦେଶରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ପତ୍ନିମାନେ ଭର୍ଚୁଆଲ ରଜ ପାଳନ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରଜ ପୋଡ଼ପିଠା ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ଦେଖିବାକୁ ମିଳିଥିଲା। ଆଗକୁ ହେଲ୍ପମେଟ୍‌ ପକ୍ଷରୁ ଭର୍ଚୁଆଲ୍‌ ରଜ କୁଇନ୍‌ ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବାବେଳେ ଆମ ଟିଭି ପକ୍ଷରୁ ରାଜକୁମାରୀ ସିଜନ୍‌-୩ ଏଥର ଡିଜିଟାଲ ପ୍ଲାଟଫର୍ମରେ ହେବ।
ଓଟିଡିସିର ‘ପିଠା ଅନ୍‌ ହ୍ବିଲ୍‌’
ଚଳିତ ବଷଁ ରଜରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହାର ପ୍ରସିଦ୍ଧ ପୋଡ଼ପିଠା ସହ ଅନ୍ୟାନ୍ୟ ପିଠା, ମିଠାର ହୋମ୍‌ ଡେଲିଭରି କରିବ। ରାଜ୍ୟର ସମସ୍ତ ପାନ୍ଥନିବାସ ଲୋକଙ୍କ ଘରେ ସୁସ୍ବାଦୁ ପିଠା ପହଞ୍ଚାଇବ। ଏଥିଲାଗି ଓଟିଡିସି ପକ୍ଷରୁ ‘ପିଠା ଅନ୍‌ ହ୍ବିଲ୍‌’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁନ୍‌ ୧୩ ଓ ୧୪ ଶଟଡାଉନ୍‌ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରଜପିଠା ‘ହୋମ୍‌ ଡେଲିଭରି’ ହେବ। ମୋବାଇଲ ନଂ ୯୦୭୮୮୮୫୫୧୬, ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭ ଯୋଗେ ପିଠା ଅର୍ଡର କରିହେବ। ସେହିପରି ୧୫ରୁ ୧୭ତାରିଖ ମଧ୍ୟରେ ‘ପିଠା ଅନ୍‌ ହ୍ବିଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରର ୬ଟି ସ୍ଥାନ ତଥା ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ ଛକ ଓ ନୀଳାଦ୍ରୀ ବିହାର ଛକ ନିକଟରେ ସ୍ବତନ୍ତ୍ର ଗାଡ଼ିରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି। ସମ୍ବଲପୁର ସହରରେ ମଧ୍ୟ ‘ପିଠା ଅନ୍‌ ହ୍ବିଲ୍‌’ ମାଧ୍ୟମରେ ଲୋକଙ୍କୁ ପିଠା ଯୋଗାଇ ଦିଆଯିବ। ପ୍ରଥମଥର ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ନିୟୋଜିତ କରିଛି। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସରେ ରଜପିଠା ବିକ୍ରି ନିମନ୍ତେ ସ୍ବତନ୍ତ୍ର କାଉଣ୍ଟର ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କିଣିପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

‘ଜୋମାଟୋ’, ‘ସ୍ବିଗି’ରେ ମିଳିବ ରଜପାନ

ରଜରେ ରଜପାନର ସ୍ବତନ୍ତ୍ରତା ରହିଥିବା ବେଳେ କରୋନା ଲାଗି ଏଥର ପାନର ହୋମ୍‌ ଡେଲିଭରି କରିବାକୁ ବହୁ ଦୋକାନୀ ଏବଂ ସଂସ୍ଥା ଅଣ୍ଟା ଭିଡ଼ିଛନ୍ତି। ଓ୍ବାନ୍‌କ୍ଲିକ୍‌ରେ ଯେପରି ଘରେ ବସି ଗ୍ରାହକ ହାତପାଆନ୍ତାରେ ପାନ ପାଇପାରିବେ ସେଥିଲାଗି ବିଭିନ୍ନ ପାନ ଦୋକାନୀ ‘ଜମାଟୋ’ ଓ ‘ସ୍ବିଗି’ ସହ ସହବନ୍ଧିତା କରିଛନ୍ତି। ଅର୍ଥାତ୍‌ ଖାଦ୍ୟ ସାମଗ୍ରୀ ଭଳି ରଜରେ ‘ରାୱାଡି ପାନ’, ମୁଖୱାସ ବରଫି ପାନ’, ‘ମିଠା ଚେରୀ ପାନ’, ‘ମିଠା ପାନ’, ‘କେଶର’, ‘ଦିଲ୍‌ଖୁସ୍‌’, ‘ଦିଲ୍‌ୱାଲେ ମିଠା’ ପାନ, ‘ଓଡ଼ିଶା ରଜ ପାନ’ ସହ ବିଭିନ୍ନ ଫ୍ଲେଭର୍‌ର ପାନ ଘରେବସି ପାଇହେବ। ଗୋଟା ପିଛା ଏହି ପାନର ଦାମ୍‌ ୫୦ଟଙ୍କାରୁ ଆରମ୍ଭ ହୋଇ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ‘ଉପହାର ଡଟ୍‌ କମ୍‌’ ଏଥର ମଧ୍ୟ ଲୋକଙ୍କ ଘରେ କଲିକତା ଓ ବାଙ୍ଗାଲୋରର ସ୍ବତନ୍ତ୍ର ପାନ ପହଞ୍ଚାଇବ। ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ମସଲା ଦେଇ ପ୍ରସ୍ତୁତ କରାଯାଉଥିବା ଏହି ପାନ ଟୁଇନ୍‌ ସିଟିର ଲୋକ ଅର୍ଡର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri