ନିଆରା ରଜ ପାଇଁ ସଜବାଜ: ଅନ୍‌ଲାଇନରେ ହେବ ରଜ ମହୋତ୍ସବ

ଭୁବନେଶ୍ୱର,୧୨। ୬(ବ୍ୟୁରୋ): କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ। ନା ହେବ ଦୋଳିଖେଳ ନା ଜମିବ ରଜଖଟି। ଶଟ୍‌ଡାଉନ୍‌ ଓ ଅନ୍‌ଲକ୍‌ ମଧ୍ୟରେ ରଜ ମଉଜ କିପରି ହେବ ସେନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା। ଓଡ଼ିଆଙ୍କ ଏହି ୩ଦିନିଆ ପର୍ବର ପହିଲି ରଜ ରବିବାର ଶଟଡାଉନରେ ପଡ଼ୁଛି। କରୋନା ଲାଗି ଏଥର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋଳିଖେଳର ଆୟୋଜନ କରାଯିବନି କି ରଜ ଫିଲ୍ମ ରିଲିଜ ହେବନି। ସେହିଭଳି ପାର୍କ, ସପିଂମଲ୍‌, ମଣ୍ଡପ, ପର୍ଯ୍ୟଟନସ୍ଥଳୀ ସବୁକିଛି ବନ୍ଦରହିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ହେଲେ ଏସବୁ କଟକଣା ସତ୍ତ୍ୱେ ସରକାରଙ୍କ ସମସ୍ତ ନିୟମ ଓ ପରାମର୍ଶ ମାନି ଓଡ଼ିଆଙ୍କ ଏହି ଗଣପର୍ବକୁ କିଭଳି ପାଳନ କରିହେବ ଓ ରଜ ପିଠା, ମିଠାର ମଜା ନେଇହେବ ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏକାଠି ହୋଇଛନ୍ତି। ଘରେ ରହି ସୁରକ୍ଷିତ ରହି ରଜପର୍ବକୁ ପାଳନ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି।
ଅନ୍‌ଲାଇନରେ ହେବ ରଜ ମହୋତ୍ସବ। ରଜପିଠା ଓ ଗୀତନାଚର ଆସର ବି ଜମିବ। କୋଭିଡ୍‌-୧୯ ଲାଗି ପ୍ରଥମଥର ପାଇଁ ଭର୍ଚୁଆଲ ରଜର ଆୟୋଜନ କରାଯିବ। ପୂର୍ବରୁ ଦୋଳିଖେଳ ସହ ରଜ ମହୋତ୍ସବର ଆୟୋଜନ କରୁଥିବା ଅନୁଷ୍ଠାନ ଓ ସଂସ୍ଥାମାନେ ଏଥର ବିଭିନ୍ନ ଅନ୍‌ଲାଇନ୍‌ ରଜ ପ୍ରତିଯୋଗିତା ଆୟୋଜନ କରିବେ, ଯେଉଁଥିରେ ରଜ ଲୁକ୍‌ ଓ ରଜ କୁଇନ୍‌ ପ୍ରତିଯୋଗିତାରୁ ଆରମ୍ଭକରି ସ୍ବତନ୍ତ୍ର କୋଭିଡ୍‌-୧୯ ପ୍ରତିଯୋଗିତା ରହିବ। ନିକଟରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନରେ ସମଗ୍ର ଦେଶରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ପତ୍ନିମାନେ ଭର୍ଚୁଆଲ ରଜ ପାଳନ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରଜ ପୋଡ଼ପିଠା ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ଦେଖିବାକୁ ମିଳିଥିଲା। ଆଗକୁ ହେଲ୍ପମେଟ୍‌ ପକ୍ଷରୁ ଭର୍ଚୁଆଲ୍‌ ରଜ କୁଇନ୍‌ ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବାବେଳେ ଆମ ଟିଭି ପକ୍ଷରୁ ରାଜକୁମାରୀ ସିଜନ୍‌-୩ ଏଥର ଡିଜିଟାଲ ପ୍ଲାଟଫର୍ମରେ ହେବ।
ଓଟିଡିସିର ‘ପିଠା ଅନ୍‌ ହ୍ବିଲ୍‌’
ଚଳିତ ବଷଁ ରଜରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହାର ପ୍ରସିଦ୍ଧ ପୋଡ଼ପିଠା ସହ ଅନ୍ୟାନ୍ୟ ପିଠା, ମିଠାର ହୋମ୍‌ ଡେଲିଭରି କରିବ। ରାଜ୍ୟର ସମସ୍ତ ପାନ୍ଥନିବାସ ଲୋକଙ୍କ ଘରେ ସୁସ୍ବାଦୁ ପିଠା ପହଞ୍ଚାଇବ। ଏଥିଲାଗି ଓଟିଡିସି ପକ୍ଷରୁ ‘ପିଠା ଅନ୍‌ ହ୍ବିଲ୍‌’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁନ୍‌ ୧୩ ଓ ୧୪ ଶଟଡାଉନ୍‌ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରଜପିଠା ‘ହୋମ୍‌ ଡେଲିଭରି’ ହେବ। ମୋବାଇଲ ନଂ ୯୦୭୮୮୮୫୫୧୬, ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭ ଯୋଗେ ପିଠା ଅର୍ଡର କରିହେବ। ସେହିପରି ୧୫ରୁ ୧୭ତାରିଖ ମଧ୍ୟରେ ‘ପିଠା ଅନ୍‌ ହ୍ବିଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରର ୬ଟି ସ୍ଥାନ ତଥା ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ ଛକ ଓ ନୀଳାଦ୍ରୀ ବିହାର ଛକ ନିକଟରେ ସ୍ବତନ୍ତ୍ର ଗାଡ଼ିରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି। ସମ୍ବଲପୁର ସହରରେ ମଧ୍ୟ ‘ପିଠା ଅନ୍‌ ହ୍ବିଲ୍‌’ ମାଧ୍ୟମରେ ଲୋକଙ୍କୁ ପିଠା ଯୋଗାଇ ଦିଆଯିବ। ପ୍ରଥମଥର ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ନିୟୋଜିତ କରିଛି। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସରେ ରଜପିଠା ବିକ୍ରି ନିମନ୍ତେ ସ୍ବତନ୍ତ୍ର କାଉଣ୍ଟର ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କିଣିପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

‘ଜୋମାଟୋ’, ‘ସ୍ବିଗି’ରେ ମିଳିବ ରଜପାନ

ରଜରେ ରଜପାନର ସ୍ବତନ୍ତ୍ରତା ରହିଥିବା ବେଳେ କରୋନା ଲାଗି ଏଥର ପାନର ହୋମ୍‌ ଡେଲିଭରି କରିବାକୁ ବହୁ ଦୋକାନୀ ଏବଂ ସଂସ୍ଥା ଅଣ୍ଟା ଭିଡ଼ିଛନ୍ତି। ଓ୍ବାନ୍‌କ୍ଲିକ୍‌ରେ ଯେପରି ଘରେ ବସି ଗ୍ରାହକ ହାତପାଆନ୍ତାରେ ପାନ ପାଇପାରିବେ ସେଥିଲାଗି ବିଭିନ୍ନ ପାନ ଦୋକାନୀ ‘ଜମାଟୋ’ ଓ ‘ସ୍ବିଗି’ ସହ ସହବନ୍ଧିତା କରିଛନ୍ତି। ଅର୍ଥାତ୍‌ ଖାଦ୍ୟ ସାମଗ୍ରୀ ଭଳି ରଜରେ ‘ରାୱାଡି ପାନ’, ମୁଖୱାସ ବରଫି ପାନ’, ‘ମିଠା ଚେରୀ ପାନ’, ‘ମିଠା ପାନ’, ‘କେଶର’, ‘ଦିଲ୍‌ଖୁସ୍‌’, ‘ଦିଲ୍‌ୱାଲେ ମିଠା’ ପାନ, ‘ଓଡ଼ିଶା ରଜ ପାନ’ ସହ ବିଭିନ୍ନ ଫ୍ଲେଭର୍‌ର ପାନ ଘରେବସି ପାଇହେବ। ଗୋଟା ପିଛା ଏହି ପାନର ଦାମ୍‌ ୫୦ଟଙ୍କାରୁ ଆରମ୍ଭ ହୋଇ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ‘ଉପହାର ଡଟ୍‌ କମ୍‌’ ଏଥର ମଧ୍ୟ ଲୋକଙ୍କ ଘରେ କଲିକତା ଓ ବାଙ୍ଗାଲୋରର ସ୍ବତନ୍ତ୍ର ପାନ ପହଞ୍ଚାଇବ। ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ମସଲା ଦେଇ ପ୍ରସ୍ତୁତ କରାଯାଉଥିବା ଏହି ପାନ ଟୁଇନ୍‌ ସିଟିର ଲୋକ ଅର୍ଡର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri