ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ ଜୀବନ ବିତାଇବାକୁ ଲକ୍ଷ୍ୟ ରଖି ସେ ପ୍ରତିମାସ ପାଉଥିବା ପେନ୍‌ସନ ବାବଦ ୧୩ ହଜାର ଟଙ୍କାକୁ ଖର୍ଚ୍ଚ କରି ଚାଲିଛନ୍ତି। ଚାକିରି ଜୀବନ ବିତାଇ ଅବସର ନେବା ପରଠାରୁ ବିଭିନ୍ନ ଅନୁଷ୍ଠାନର ବିକାଶ ସହ ନିୟମିତ ଭାବେ ସେବାକାର୍ଯ୍ୟ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି।
ଉଜ୍ଜ୍ୱଳଙ୍କ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମରେ । ବୟସ ୭୯ ହେବ। ୧୯୬୨ ମସିହାରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମାତ୍ର ୮୦ ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୬୭ରେ ଶିକ୍ଷକତା ବୃତ୍ତିକୁ ଆଦରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ କାର୍ଯ୍ୟ କରି ଚାଲିଛନ୍ତି। ୧୯୭୨ରେ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ହୋମିଓପାଥି ବୋର୍ଡରୁ ହୋମିଓପାଥି ବିଦ୍ୟା ହାସଲ କରିଥିଲେ। ସେବେଠାରୁ ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ନିଜ ସକାଶେ ଘର କି ଗାଡି କରିପାରି ନାହାନ୍ତି। ଅତି ନିରାଡମ୍ବର ଭାବେ ଜୀବନ ଅତିବାହିତ କରି ସମାଜସେବାର ବାଣ୍ଟି ଚାଲିଛନ୍ତି। ପାଖରେ ରହୁଥିବା ତାଙ୍କ ସହଧର୍ମିଣୀ ଏଥିଲାଗି ପ୍ରେରଣା ଯୋଗାଉଛନ୍ତି। ଦୁଇ ଝିଅପୁଅଙ୍କ ମଧ୍ୟରୁ ଝିଅ ବାହା ହୋଇ ଯାଇଥିବା ବେଳେ ପୁଅ ମେକାନିକ୍‌ ଭାବେ କାମ କରୁଛନ୍ତି।
ଉଜ୍ଜ୍ୱଳ କହନ୍ତି, ତାଙ୍କ ହାତରେ ବିଶେଷ ସମ୍ବଳ ନ ଥବାରୁ ସେ ପାଉଥିବା ପେନସନ ଅର୍ଥରେ ଦାନଧର୍ମ କରିଆସୁଛନ୍ତି। ଚୁମୁରିଗୋଡା, ଝାରବେଡା, ନିହ୍ନୁଆ, ହାତିବାରୀ, କଇଁଣ୍ଡା, ତ୍ରିବିନ୍ଧା, ତୁରୁମୁଙ୍ଗା ଗାଁ ପାଲଟିଛି ତାଙ୍କ କର୍ମସ୍ଥଳୀ । ନିୟମିତ ଭାବେ ସେ ଏସବୁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରିଥାନ୍ତି। ଅଭାବରେ ଥିବା ଲୋକଙ୍କୁ ଅନ୍ନ, ବସ୍ତ୍ର, ଔଷଧ ଯୋଗାଇ ଦେଇଥାନ୍ତି। ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିରକୁ ସେ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହିତ ସ୍ଥାନୀୟ ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିରର ବିକାଶ ଲାଗି ଉଦ୍ୟମ କରି ଆସିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ ହୋଇଛନ୍ତି । ବରିଷ୍ଠ ସାହିତ୍ୟିକ ତଥା ପରିବେଶବିତ ଡ. ବିମ୍ବାଧର ବେହେରା ଉଜ୍ଜ୍ୱଳ କୁମାର ତାଙ୍କ ଚିନ୍ତାଧାରା ଓ ସେବା କାର୍ଯ୍ୟ ଲାଗି ସମସ୍ତଙ୍କ ଆଦର ଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାୟକ ଉଜ୍ୱଳଙ୍କ ଭଳି ଜଣେ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri