ନିଆରା ଢ଼ଙ୍ଗରେ କରୋନା ସଚେତନତା

ବଲାଙ୍ଗୀର ଅଫିସ, ୯ା୫-  ବଲାଙ୍ଗୀରରେ ଶନିବାର ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଟେସନ୍‌ ତରଫରୁ ନିଆରା ଢ଼ଙ୍ଗରେ କରୋନା ଭାଇରସ୍‌ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି ା ମଞ୍ଚ ଅଭିନେତା ସୁରେଶ ସାହୁ କରୋନା ଭାଇରସ୍‌ ଭୂମିକାରେ ଲୋକଙ୍କୁ ଅଭିନବ ଢ଼ଙ୍ଗରେ ସଚେତନ କରିଥିଲେ ା ସାମାଜିକ ଦୂରତ୍ୱ ଅବଲମ୍ବନ କରିବା, ମାସ୍କ ପିନ୍ଧିବା, ସାବୁନ୍‌ରେ ନିୟମିତ ହାତ ଧୋଇବା, କୌଣସି ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ବିଭାଗର ସହାୟତା ନେବାକୁ ସେ ଲୋକଙ୍କୁ ସଚେତନ କରିଥିଲେ ା ଫାଉଣ୍ଡେସନ ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ନାୟକ, ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲଙ୍କ ସହ ସଦସ୍ୟା, ସଦସ୍ୟ ଉପସ୍ଥିତ ଥିଲେ ା