ଖୁଣ୍ଟା,୭ା୮(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ନିଆଁ ଲଗାଇ ହତ୍ୟା କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏଥିନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୮୭/୧୯) ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ବେତନଟୀ ଥାନା ଅଧୀନ ରେଣୁକାସାହି ଗ୍ରାମର ବିଦ୍ୟାଧର ମହାନ୍ତଙ୍କ ଝିଅ ମନ୍ଦାକିନୀଙ୍କୁ ୨୦୦୫ରେ ଖୁଣ୍ଟା ଥାନା ଅଧୀନ ଲକ୍ଷଣାସାହି ଗ୍ରାମର ଧନୁର୍ଜୟ ମହାନ୍ତ ବିବାହ କରିଥିଲେ। ତାଙ୍କର ୧୩ ବର୍ଷର ପୁଅ ଓ ୭ ବର୍ଷର ଗୋଟିଏ ଝିଅ ଅଛନ୍ତି । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଧନୁର୍ଜୟ ବିଭିନ୍ନ ସମୟରେ ମନ୍ଦାକିନୀଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିଲେ। ମନ୍ଦାକିନୀଙ୍କ ବାପଘର ଲୋକେ ଲକ୍ଷ୍ମଣାସାହି ଗ୍ରାମକୁ ଯାଇ ଝିଅ ଓ ଜ୍ୱାଇଁଙ୍କୁ ବୁଝାସୁଝା କରି ଫେରୁଥିଲେ। ତେବେ ମଙ୍ଗଳବାର ରାତିରେ ମନ୍ଦାକିନୀ ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଥିବା ଖବର ପାଇ ବାପ ଘର ଲୋକେ ତାଙ୍କ ଶାଶୁଘରେ ପହଞ୍ଚିଥିଲେ। ସେଠାରେ ମନ୍ଦାକୀନି ପୋଡିହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ତେବେ ଗତ ରାତିରେ ସମସ୍ତେ ଶୋଇଯିବା ପରେ ମନ୍ଦାକିନୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜ୍ୱାଇଁ ଧନୁର୍ଜୟ ସଫେଇ ଦେଇଥିଲେ। ଭିଣୋଇ ଧନୁର୍ଜୟ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ମନ୍ଦାକୀନିଙ୍କ ଭାଇ ଦେବାଶିଷ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ସୌମ୍ୟ ରଞ୍ଜନ ଭୋଳ କହିଛନ୍ତି ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍ପି
ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...
Archives


