କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସେହି ଗ୍ରାମର ମାନୀ ଦେଓଗାମ (୩୨), ଶାନ୍ତି ଦେଓଗାମ (୧୯) ଓ ଚିର୍ତ୍ତୀ ପୂର୍ର୍ତ୍ତି (୩୭)। ଗୁରୁବାର ପରିବାରରେ ଏକ ଶୁଦ୍ଧିକ୍ରିୟା ଥିଲା। ସେମାନେ ଏକ ଡିବିରିରେ କିରୋସିନ ଭର୍ତ୍ତି କରୁଥିବା ବେଳେ ହଠାତ ଜଣଙ୍କ ଶାଢୀରେ ଲାଗି ନିଆଁ ଲାଗି ଯାଇଥିଲା। ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ଓ ପଡୋଶୀଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଶରତ ଥାନା ଓଆଇସି ରୀନା ବକ୍ସଲଙ୍କୁ ପଚାରିବାରୁ ମହିଳା ୩ ଜଣ ଡିବିରି ନିଆଁରେ ପୋଡ଼ି ହୋଇଥିବା ମୁଁ ସୂଚନା ପାଇଛି , କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।
ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି
ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...
ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…
ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...
ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ
ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...
ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…
ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...
ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …
ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...
ଜିନତ୍ ଶାବକଙ୍କ ଅପେକ୍ଷାରେ ଶିମିଳିପାଳ
ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ୨୦୨୪ରେ ଅଣାଯାଇଥିବା ମହାବଳ ବାଘୁଣୀ ଜିନତ୍ ଉପରେ ରହିଛି ସମସ୍ତଙ୍କ ନଜର। କାରଣ କିଛିଦିନ ତଳେ ପିସିସିଏଫ୍ ପ୍ରେମ କୁମାର...
ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ପ୍ରସବ କଲେ ଗର୍ଭବତୀ
ଉଦଳା,୨୨ା୧୧(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗ୍ରାମରୁ ପୁଣି ଜନନୀ ଯନ୍ତ୍ରଣା ଖବର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା...
କଳାବାଘ ‘କାଳିଆ’କୁ ନେଇ ଚର୍ଚ୍ଚା: ଶିମିଳିପାଳ ପାଇଁ ଆଣିଲେ ଗୌରବ
ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମହାବଳ ବାଘ କାଳିଆକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ...
Archives


