ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ରାଜ୍ୟର ହାତଗଣତି କେତୋଟି ଜିଲାକୁ ବାଦ୍‌ ଦେଲେ ସାରା ରାଜ୍ୟରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଅନାଇ ଚିନ୍ତାରେ ପଡ଼ିଗଲେଣି ଚାଷୀ। ରୁଆ ବେଉଷଣ ସମୟ ଗଡ଼ି ଗଡ଼ି ଯାଉଛି। ବିଲ ଫାଟି ଅଁା କରିଛି। ଅନ୍ୟପକ୍ଷରେ ପାଣିପାଗର ପୂର୍ବାନୁମାନ ମଧ୍ୟ ଆହୁରି ଡରାଇଲାଣି। ଆସନ୍ତା ୧୦ ଦିନ ଯାଏ ବଡ଼ ବର୍ଷାର କୌଣସି ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହୁଥିବାରୁ ଗରମ ହେବା ମାତ୍ରେ କେଉଁଠି ବର୍ଷା ହୋଇପାରେ। ବିଶେଷ କରି ସହରାଞ୍ଚଳରେ ଏଭଳି ବର୍ଷାର ମାତ୍ରା ବଢିବ। ହେଲେ ସମଗ୍ର ରାଜ୍ୟରେ ଚାଷକୁ ସୁହାଇଲା ଭଳି ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଧାନ ଚାଷ ମାଡ଼ ଖାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଜୁଲାଇ ୯ ଯାଏ ରାଜ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୩୦୬.୩ ମିଲିମିଟର ବର୍ଷା ହେବା କଥା, ମାତ୍ର ହୋଇଛି ୨୬୮.୩ ମିଲିମିଟର। ରାଜ୍ୟରେ ୧୧ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି। ଗଜପତି ଜିଲାରେ ସ୍ବାଭାବିକଠାରୁ ୫୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଅନୁଗୋଳରେ ୧୭, ବଲାଙ୍ଗୀରରେ ୨୫, ବାଲେଶ୍ୱରରେ ୪୪, ଗଞ୍ଜାମରେ ୩୩, କଳାହାଣ୍ଡିରେ ୧୫, କନ୍ଧମାଳରେ ୨୯, କେନ୍ଦୁଝରରେ ୨୭, ମୟୂରଭଞ୍ଜରେ ୩୦, ନୟାଗଡ଼ରେ ୨୩, ରାୟଗଡ଼ାରେ ୩୪ ଏବଂ ସୁନ୍ଦରଗଡ଼ ଜିଲାରେ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ବର୍ଷା କମିବା ସାଙ୍ଗକୁ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ଅନେକ ଚାଷୀ ଚାଷକାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏ ପଟେ ମରୁଡି ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଅଧିକ ଖର୍ଚ୍ଚ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମିଳୁ ନ ଥିବାରୁ କୃଷକ ଚାଷ ପ୍ରତି ଆଉ ଆଗ୍ରହ ଦେଖାଉ ନାହାନ୍ତି ଚାଷୀ। ଜମି ପଡିଆ ପଡୁଛି ପଛେ ବିଲକୁ ହଳ ଯାଉନି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଆକଳନ କରିଛନ୍ତି। ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଅର୍ଥକରୀ ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କୃଷି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ରେ ୩୬ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ସ୍ବଳ୍ପ ବୃଷ୍ଟି ଯୋଗୁ ଚଳିତବର୍ଷ ୩୬ ଲକ୍ଷ ୫୦ ହଜାର ହେକ୍ଟରକୁ ଧାନଚାଷ ହ୍ରାସ ହେବ ବୋଲି ଆକଳନ କରାଯାଇଛି।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକାଦେବାର ଆଶଙ୍କା ରହିଛି। ରାଜ୍ୟକୁ ମୌସୁମୀ ବର୍ଷା ସ୍ବାଭାବିକ ସମୟ(ଜୁନ୍‌ ୧୦) ପରିବର୍ତ୍ତେ ୧୧ ଦିନ ବିଳମ୍ବ ଅର୍ଥାତ୍‌ ଜୁନ୍‌ ୨୧ରେ ପ୍ରବେଶ କରିଥିଲା। ଦୁଇଦିନ କିଛି ପରିମାଣର ବର୍ଷା ହେବା ପରେ ପୁଣି ଉଭାନ ହୋଇଯାଉଛି। ଜୁନ୍‌ ପହିଲାରୁ ଧାନଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇନାହିଁ। ରାଜ୍ୟରେ ୩୬ ଲକ୍ଷ ୫୦ ହଜାର ହେକ୍ଟରରୁ ଏ ପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ହେକ୍ଟରରେ ଧାନ ବୁଣା ହୋଇଥିବା ସରକାରୀ ଭାବେ କୁହାଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ନ ହେଲେ ପରିସ୍ଥିତି ସୁଧୁରିବାର ଆଶା କମ୍‌ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri