ନିଅଁ ଖୋଳା ଗାତରେ ପଡ଼ି ଦେଢ଼ବର୍ଷର ଶିଶୁମୃତ

କାମାକ୍ଷାନଗର,୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଘର ନିର୍ମାଣ ପାଇଁ ଖେଳାଯାଇଥିବା ନିଅଁ ଗାତରେ ପଡ଼ି ଜଣେ ଦେଢ଼ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁନା ପଲେଇଙ୍କ ଝିଅ ପ୍ରିୟସିନି। ଅପରାହ୍ନରେ ପ୍ରିୟସିନି ଘରୁ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନିଅଁ ଗାତରୁ ମୁର୍ମୂଷୁ ଅବସ୍ଥାରେ ଠାବ କରିଥିଲେ। ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିଥିଲା। ମରଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।